fbpx

ଏମିତି ବି ଆସେ ଦୁର୍ଭାଗ୍ୟ: ZOOM କଲରେ ୯୦୦ କର୍ମଚାରୀଙ୍କୁ କାଢିଲା କମ୍ପାନୀ

ନୂଆଦିଲ୍ଲୀ: କରୋନା କାରଣରୁ ଅର୍ଥନୀତି ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଛଟେଇ କରାଯାଉଛି । ତେବେ ଏକା ସାଙ୍ଗରେ ୯୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏମିତି ଏକ ଅଜବ ଘଟଣା ଆମେରିକାର ନ୍ୟୁୟର୍କ ସହରରେ ଘଟିଛି । ଏକ ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କ ଚାକିରି ଖାଇଦେଇଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏକ ଜୁମ କଲ ମିଟିଂ ଆୟୋଜନ କରାଯାଇଥିଲା ।

ଏହି ମିଟିଂରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୯୦୦ କର୍ମଚାରୀ ସାମିଲ ରହିଥିଲେ । ଏହି ୱେବିନାରରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ସେବା କମ୍ପାନୀ ଆବଶ୍ୟକ କରୁନାହିଁ ବୋଲି ଘୋଷଣା କରିଥିଲେ ସିଇଓ । ଏହା ସହିତ ଏହି ଦୁର୍ଭାଗ୍ୟଜନକ ବ୍ୟାଚର ସମସ୍ତଙ୍କ ପାଇଁ ମୁଁ ଦୁଃଖିତ ବୋଲି ପ୍ରକାଶ କରିଥିଲେ ସିଇଓ । ନ୍ୟୁୟର୍କ ବେସଡ ଏହି କମ୍ପାନୀର ମୁଖ୍ୟ ଅର୍ଥନୈତିକ ଅଧିକାରୀ କେଭିନ ରାୟାନ ଏହାକୁ ନେଇ ମଧ୍ୟ ନିଜରୀ ମତ ରଖିଛନ୍ତି । ବର୍ତ୍ତମାନ ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏମିତି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା ବୋଲି କହିଛନ୍ତି ସିଇଓ । ତେବେ ଅନ୍ୟ ଏକ ରିପୋର୍ଟରେ ମିଳିଥିବା ସୂଚନା ଅନୁଯାୟୀ ଏହି କର୍ମଚାରୀ ମାନଙ୍କ ପ୍ରଦର୍ଶନ ଭଲ ନଥିବାରୁ ଏମାନଙ୍କୁ ନିଷ୍କାସନ କରାଯାଇଛି ।

Get real time updates directly on you device, subscribe now.