ଦିନକରେ ୫୦ ପ୍ରତିଶତ ବଢିଗଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ସଙ୍କଟରେ ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନ ପ୍ରଜାତିର ୮୬ଟି ମାମଲା ଚିହ୍ନଟ ହୋଇଛି । ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଏହାର ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଶନିବାର ବ୍ରିଟେନରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୦ ଥିଲା ।

କିନ୍ତୁ ରବିବାର ଦିନ ମୋଟ୍ ୮୬ ଜଣ ଓମିକ୍ରନ ପ୍ରଜାତିରେ କ୍ରମିତ ହୋଇଛନ୍ତି । ଉକ୍ତ ସଂଖ୍ୟା ୨୪୬ରେ ପହଞ୍ଚିଛି । ଅର୍ଥାତ ଦିନକରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ବ୍ରିଟେନରେ ୪୩,୯୯୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବ୍ରିଟେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୬୪,୩୮୯ ପହଞ୍ଚିଛି । ଗତକାଲି ବ୍ରିଟେନରେ ୫୪ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ମୋଟ ମୃତୁ୍ୟସଂଖ୍ୟା ୧୪୫,୩୮୯କୁ ବୃଦ୍ଧି ପାଇଛି । ବ୍ରିଟେନରେ ୧୨ ଏବଂ ୧୨ ବର୍ଷରୁ ଊର୍ଦ୍ଧ୍ୱ ୮୮ ପ୍ରତିଶତରୁ ଅଧିକ ଲୋକ ପ୍ରଥମ ଡୋଜ ନେଇଥିବାବେଳେ ପ୍ରାୟ ୮୧ ପ୍ରତିଶତ ଲୋକ ୨ଟି ଯାକ ଡୋଜ ନେଇଛନ୍ତି । ୩୫ ପ୍ରତିଶତରୁ ଅଧିକ ଲୋକ ବୁଷ୍ଟର ଡୋଜ ନେଇ ସାରିଛନ୍ତି ।