fbpx

ମାସ୍କ ପିନ୍ଧିଥିଲେ କିଛି ବି କରିପାରିବନି ଓମିକ୍ରନ! ୨୨୫ ଗୁଣ କମିଯାଏ ବିପଦ-ଅଧ୍ୟୟନରେ ଦାବି

ନୂଆଦିଲ୍ଲୀ: କରୋନା ଭାଇରସରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଅପେକ୍ଷା ମାସ୍କର ବଡ଼ ଭୂମିକା ରହିଛି । ଏହାର ସୂଚନା ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ମିଳିଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୩ ମିଟର ଦୂରତା ତୁଳନାରେ ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ବିପଦ ୨୨୫ ଗୁଣ କମିପାରେ । କରୋନା ମହାମାରୀର ଆରମ୍ଭରୁ ବିଶେଷଜ୍ଞମାନେ ମାସ୍କର ମହତ୍ୱ ବିଷୟରେ ବୁଝାଇଥିଲେ । ନୂଆ ଭାରିଆଣ୍ଟ ଓମିକ୍ରନରୁ ରକ୍ଷା ପାଇବା ପାଇଁ ହାତ ସଫା ରଖିବା, ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ।

ନିକଟରେ ଜର୍ମାନୀ ଓ ଆମେରିକାରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ, ମୁହଁକୁ ଘୋଡ଼ାଇବା ଦ୍ୱାରା ଅଧିକ ସୁରକ୍ଷା ମିଳିଥାଏ । ଯଦି ଆପଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ୩ ମିଟର ଦୂରରେ ୫ ମିନିଟ୍ ପାଇଁ ଠିଆ ହେବେ ଓ ଦୁହିଁଙ୍କ ମୁହଁରେ ମାସ୍କ ନଥିବ, ତେବେ କୋଭିଡରେ ସଂକ୍ରମଣ ହେବାର ଆଶଙ୍କା ୯୦ % ବଢ଼ିଯାଏ । ଏଥିପାଇଁ ସାମାଜିକ ଦୂରତା ପାଳନ କରିବା ଅପେକ୍ଷା ମାସ୍କ ପିନ୍ଧିବା ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.