fbpx

ବେଦୀ ଉପରକୁ ଚଢି ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ; ଅବାକ୍ ହୋଇ ଚାହିିଁଥିଲା ବର, ଦେଖନ୍ତୁ VIDEO

ବିବାହ ମଣ୍ଡପରେ ପ୍ରେମିକାକୁ ପିନ୍ଧାଇଥିଲା ସିନ୍ଦୁର କିନ୍ତୁ ଶିଶୁପାଳ ହୋଇ ରହିଗଲା ଯୁବକ । ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ… ଆଉ ଏହାକୁ ଦେଖି ଅବାକ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋରଖପୁର ବୁଦହାଟ ଥାନା ଅଞ୍ଚଳରେ ।

ସୂଚନାଅନୁଯାୟୀ, ବୁଦହାଟ ଥାନା ଅଞ୍ଚଳରେ ଏକ ଗ୍ରାମରେ ଦୁଇ ଯୁବକ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ ନିକଟରେ ଯୁବକ ଜଣକ ବାହାରକୁ କାମ କରିବାକୁ ଯାଇଥିଲେ ଆଉ ଏହାରି ମଧ୍ୟରେ ଅନ୍ୟତ୍ର ଯୁବତୀଙ୍କର ବିବାହ ଠିକ୍ ହୋଇଥିଲା । ତେବେ ଯୁବକ ଜଣକ ବାହଘର ବିଷୟ ଶୁଣି ଗାଁକୁ ଫେରିଆସିଥିଲେ। ଡିସେମ୍ବର ୧ ତାରିଖ ବାହାଘର ପୂର୍ବରୁ ଷ୍ଟେଜରେ ଚଢ଼ି ଯୁବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲା । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବର ଏବଂ ସେଠାରେ ଥିବା ଲୋକମାନେ ।

Get real time updates directly on you device, subscribe now.