fbpx
BSKY
BJD MS SKY
BJD YOUTH SKY

ପ୍ରେମକୁ କେନ୍ଦ୍ରକରି ଯୁବକକୁ ମାଡ, ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି ମାଡ଼ ବେଳର ଭିଡିଓ

ରାଇଘର (ଭାସ୍କର ନ୍ୟୁଜ୍‌): ପ୍ରେମକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼। ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି  ପ୍ରେମିକକୁ କେତେଜଣ ଯୁବକ ମିଶି ନିର୍ଦ୍ଧୁମ ବାଡେଇବା ଭିଡ଼ିଓ । ପୁଅ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଝିଅ ଘର ଲୋକେ ରାଗି ଯାଇ ଯୁବକକୁ ନିର୍ଦ୍ଧୁମ ମାଡମାରିଥିଲେ। ବାଡେଇବା ବେଳର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଇଘର ବ୍ଲକର କୁନ୍ଦେଇ ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତର ତାରାଙ୍ଗପୁରି ଗ୍ରାମରେ ।

ସୂଚନା ଅନୁଯାୟୀ କେବିଗଙ୍ଗା ଆଦିବାସି ଗ୍ରାମର ସୁରୁ ଗୋଣ୍ଡ ତାରଙ୍ଗପୁରି ଗ୍ରାମର ଗୋଟେ ଝିଅକୁ ଭଲ ପାଉଥିଲୋ ଯୁବକ। ସେ ପ୍ରେମିକଙ୍କୁ ମୋଟର ସାଇକେଲ ଯୋଗେ କେଉଁଠିକୁ ନେଇ ଯାଇଥିଲେ ଏବଂ ସନ୍ଧ୍ୟା ସମୟର ଘରେ ଛାଡ଼ିବାକୁ ଆସିବା ବେଳେ ଝିଅର ସଂପର୍କୀୟ ଏବଂ ଗ୍ରାମର କିଛି ଯୁବକମାନେ ମିଶି ଯୁବକ ଧରିପକାଇଥିଲା। ଏଥି ସହିତ ଯୁବକକଙ୍କୁ ଧରି ନିର୍ଦ୍ଧୁମ ବାଡ଼େଇ ଥିବା ବେଳେ କିଏ ମୁଣ୍ଡର ବାଳ ଧରି ବାଡଉ ଥିବା ବେଳେ କିଏ ଲାତ ଗୋଇଠା ମରୁଥିଲେ। ପିଲା କାକୁତି ମିନତି ହେବା ସତ୍ତେ୍ୱ ବାଡ଼େଇ ଚାଲିଥିଲେ ଲୋକମାନେ । ଶେଷରେ ମାଡ଼ ବେଳର ଭିଡିଓ ସୁଟ କରି ଥିଲେ। ଏହି ଭିଡ଼ିଓ ବର୍ତ୍ତମାନ ଘୁରି ବୁଲିଛି ସୋସିଆଲ ମିଡ଼ିଆରେ। କିଛିଦିନ ପୂର୍ବେ ସୋନପୁର ଊଦ୍ଭଳ ଗ୍ରାମରେ ଏପରି ଏକ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପୁଣି ଆଉ ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଲା। ଏହି ଘଟଣା ବିଷୟରେ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ ସେଠୀଙ୍କୁ ପଚାରିବାରୁ ମୋ ପାଖେ ସେମିତି କୌଣସି ଖବର ଆସି ନ ଥିବା କହିଛନ୍ତି ।

Get real time updates directly on you device, subscribe now.