fbpx

ଜୱାଦ କ୍ଷୟକ୍ଷତିର ହେବ ଆକଳନ: ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମୁଦ୍ରିକ ବାତ୍ୟା ଜୱାଦର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଆସନ୍ତା ୩ ଦିନ ଧରି ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ ।

ବାତ୍ୟା ଜୱାଦ୍‌ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଶନିବାର ଓଡିଶା ପହଞ୍ଚିଛି କେନ୍ଦ୍ରୀୟ ଟିମ୍‌ । ଶନିବାର ଦିନ ଆନ୍ତଃ ମନ୍ତ୍ରାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଏହି ଟିମ୍‌ ଜୱାଦ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ । ଏହି ୬ଟି ଜିଲ୍ଲାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରୀୟ ଟିମ୍‌ ଚଳିତ ମାସ ୧୩ ତାରିଖରେ ଫେରିଯିବେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.