fbpx
BSKY
BJD SHG SKY
BJD YOUTH SKY

ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ପିତା କହିଲେ- ପୁଅ ମୋର ଯୋଦ୍ଧା, ଜିତିକି ଆସିବ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ମାମଲାରେ ଏକ ମାତ୍ର ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବରୁଣ। ତାଙ୍କୁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବାୟୁସେନା ଅନୁଯାୟୀ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ବାପା-ମା ମଧ୍ୟ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି। ବରୁଣଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣେଲ କେପି ସିଂହ କହିଛନ୍ତି, ବରୁଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ଅଣାଯାଇଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଅଧିକ କିଛି କୁହାଯାଇ ପାରିବ ନାହିଁ। ମାତ୍ର ମୋ ପୁଅ ଜଣେ ଯୋଦ୍ଧା ଏବଂ ଏହି ଲଢେଇରେ ସେ ଜିତିକି ଘରକୁ ଫେରିବ।

ପିତା କେପି ସିଂହ କହିଛନ୍ତି, ସବୁଠୁ ଉନ୍ନତ ଚିକିତ୍ସା ସୁବିଧା, ସବୁଠୁ ଭଲ ବିଶେଷଜ୍ଞ ତାଙ୍କର ଚିକିତ୍ସା କରୁଛନ୍ତି। ପୂରା ଦେଶ ବରୁଣଙ୍କ ପାଇଁ ପ୍ରାର୍ଥନା କରୁଛି। ସେନାର ଅନେକ ବ୍ୟକ୍ତି ମୋତେ ଭେଟିବାକୁ ଆସୁଛନ୍ତି। ପୁଅ ମୋର ଜଣେ ଯୋଦ୍ଧା। ଲଢେଇ ଜିତିକି ଆସିବ ବୋଲି ପିତା କହିଛନ୍ତି। ସୂଚନାଯୋଗ୍ୟ, ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିରେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ଏକ ମାତ୍ର ଜୀବିତ ବ୍ୟକ୍ତି। ବୁଧବାର ଦୁର୍ଘଟଣାରେ ଗୁରୁତର ଭାବେ ପୋଡି ଯାଇଥିବା ଗ୍ରୁପ କ୍ୟାପଟେନଙ୍କୁ ଓ୍ଵେଲିଂଟନ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.