fbpx

ଟ୍ରାଫିକ୍ ଚାଲାଣ କଟିବା ପରେ ବି ଦେବାକୁ ପଡ଼ିବନି ଟଙ୍କା! ଜାଣନ୍ତୁ କଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଆପଣ ମାନଙ୍କୁ ସମସ୍ତ ଟ୍ରାଫିକ୍ ନିୟମ ଓ ତାକୁ ଉଲଙ୍ଘନ କରିବା ଦ୍ୱାରା କେତେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ସେ ସମ୍ପର୍କରେ ଅବଗତ ହେବା ଦରକାର । ଗୋଟେ ପଟେ ପେଟ୍ରୋଲ ଡିଜେଲର ଦରବାଦ୍ ବୃଦ୍ଧି ହେଉଥିବା ବେଳେ ଅନ୍ୟପଟେ ଏହି ମୋଟାଅଙ୍କର ଜୋରିମାନା ଲୋକଙ୍କୁ ଖୁବ୍ ବାଧୁଛି । ଏପରି ଭାବରେ ଆପଣଙ୍କ ବଜେଟ୍ ଉପରେ ପ୍ରଭାବ ପଡ଼ିପାରେ । ତେବେ ଏଭଳି ପରିସ୍ଥିତିରେ ଆମେ ଆପଣମାନଙ୍କୁ ଏପରି ଏକ ନିୟମ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ନାଁରେ ଚାଲାଣ କଟିଲେ ମଧ୍ୟ ଟଙ୍କା ଦେବାକୁ ପଡ଼ିବ ନାହିଁ ।

ଟ୍ରାଫିକ୍ ପୋଲିସ୍ ଯଦି ଆପଣଙ୍କର ଭୁଲ ତରିକାରେ ଚାଲାଣ କାଟିଛନ୍ତି ତେବେ ଆପଣ ଚାଲାଣ ଭରିବାକୁ ବାଧ୍ୟ ନୁହେଁ । କାରଣ ଟ୍ରାଫିକ୍ ପୋଲିସ୍ କୌଣସି କୋର୍ଟ ନୁହେଁ । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ଯଦି ଟ୍ରାଫିକ୍ ପୋଲିସ୍ ଭୁଲ ଉପାୟରେ ଚାଲାଣ କାଟୁଛନ୍ତି ତାହେଲେ ଆପଣ ଏହାକୁ ନେଇ କୋର୍ଟରେ ଅଭିଯୋଗ କରିପାରିବେ ଓ ଜୋରିମାନା ଟଙ୍କା ବଞ୍ଚାଇପାରିବେ ।

ସେହିପରି ଆପଣ ସବୁବେଳେ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାଇବା ଦରକାର । ନଚେତ୍ ଏହା ଦ୍ୱାରା ଆପଣଙ୍କର ହିଁ କ୍ଷତି ରହିଛି । ହେଲେ ଯଦି ଆପଣ ସବୁ ପ୍ରକାର ଟ୍ରାଫିକ୍ ମାନି ମଧ୍ୟ ଆପଣଙ୍କ ସହିତ କିଛି ଖରାପ ହେଉଛି ତେବେ ଏଥିପାଇଁ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ତେଣୁ ଆପଣମାନେ ଏହି ଅସୁବିଧାରୁ କିପରି ମୁକ୍ତି ପାଇବେ ସେ ସମ୍ପର୍କରେ ଜାଣିବା ଦରକାର ।

ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ପରି ଅନ୍ୟାନ୍ୟ ଡକ୍ୟୁମେଣ୍ଟଗୁଡିକ ଡିଜି ଲକର କିମ୍ବା MTransport  ମାଧ୍ୟମରେ ଗଚ୍ଛିତ ହୋଇପାରିବ । ଆପଣ ନିଜ ସହିତ ଭୌତିକ ଆକାରରେ କୌଣସି ଡକ୍ୟୁମେଣ୍ଟ ରଖିବ।।ର ଆବଶ୍ୟକତା ନାହିଁ । ଯଦି ଟ୍ରାଫିକ ପୋଲିସ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟ ମାଗୁଛନ୍ତି, ତେବେ ଗାଡ଼ି ଚାଳକ ସଫ୍ଟ କପି ଦେଖାଇପାରେ ।

ନୂତନ ନିୟମାନୁସାରେ, କୌଣସି ଡକ୍ୟୁମେଣ୍ଟର ସଫ୍ଟ କପି ଆପଣ ଟ୍ରାଫିକ୍ ପୋଲିସ୍ ପାଖରେ ଦେଖାଇପାରିବେ । ଭୌତିକ ରୂପରେ କୌଣସି ଦସ୍ତାବିଜ୍ ରଖିବାର ଦରକାର ନାହିଁ । ଯଦି ଟ୍ରାଫିକ୍ ପୋଲିସ୍ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଚାହୁଁଛନ୍ତି ତାହେଲେ ସେ ୱେବପୋର୍ଟାଲ ମାଧ୍ୟମରେ ଡିଏଲ୍ ରଦ୍ଦ କରିପାରିବେ । ଗାଡ଼ି ଚାଳକଙ୍କ ବ୍ୟବହାର ମଧ୍ୟ ଦେଖାଯିବ ଓ ପୋଲିସ୍ ଅଧିକାରୀଙ୍କ ପରିଚୟ ମଧ୍ୟ ପୋର୍ଟାଲରେ ଅପଡେଟ୍ କରାଯିବ । ନିୟମ ଭାଙ୍ଗିଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ ଜାରି କରାଯିବ ।

Get real time updates directly on you device, subscribe now.