ସରକାରୀ ରାସନର କଳାବଜାରୀ: ଘରୋଇ ମିଲରେ ପଡିଛି ଶହଶହ କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଗହମ, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଧାରଣ ବଣ୍ଟନ ପାଇଁ ଥିବା ସରକାରୀ ରାସନର କଳାବଜାରୀ ଘଟଣା ସାମ୍ନାକୁ ଆସିଛି । ଘରୋଇ ମିଲରେ ଶହଶହ କ୍ୱିଣ୍ଟାଲ ଚାଉଳ ଓ ଗହମ ପଡି ରହିଥିବା ବେଳେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହାକୁ ଜବତ କରିଛି । ପୁରୀ ଜିଲ୍ଳା ନିମାପଡାରେ ଏମିତି ଏକ ଘଟଣା ଘଟିଛି । ସ୍ଥାନୀୟ କାଙ୍ଗାଳି ସ୍ୱାଇଁ ମିଲରୁ ଜବତ ହୋଇଛି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଗହମ । ଡାଲି ମିଲର କାଙ୍ଗାଳି ସ୍ୱାଇଁ ବର୍ତ୍ତମାନ ଯୋଗାଣ ବିଭାଗ ପଞ୍ଝାରେ ।

ନିୟମିତ ଭାବରେ ଖାଦ୍ୟ ଯୋଗାଣରେ ଦୁର୍ନୀତିର ଅଭିଯୋଗ ଆସୁଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏକ ଟିମ୍ ଗଠନ କରିଥିଲେ । ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାଉଡା ସିଂ ଓ ନିମାପଡା ଯୋଗାଣ ନୀରିକ୍ଷକ ଦୀପ୍ତିରଞ୍ଜନ ଇନ୍ଦ୍ର ସିଂ, ପୁରୀ ସଦର ଯୋଗାଣ ନୀରିକ୍ଷକ ସତ୍ୟବ୍ରତ ଓ କାକଟପୁର ଯୋଗାଣ ନୀରିକ୍ଷକ ସୁଧାକର ମଲ୍ଲିକ ପ୍ରମୁଖ ଏହି ଟିମରେ ରହିଥିଲେ । ଏହି ଚଢାଉରେ ବ୍ୟାପକ ଚାଉଳ ଓ ଗହମ ଜବତ କରାଯାଇଥିଲା । ୨୨୩ ପ୍ୟାକେଟ ଚାଉଳ ଓ ୫୬ ପ୍ୟାକେଟ ଗହମ ଜବତ କରାଯାଇଥିବା ନେଇ ରେଡ କରିଥିବା ଟିମ ସୂଚନା ଦେଇଛନ୍ତି । ଦେଖନ୍ତୁ ଭିଡିଓ…