fbpx

ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ ବର୍ଷର ଛାତ୍ର: ଭାଇରାଲ ହେଉଛି ବିଦ୍ୟାଳୟର ଏପରି ଚିତ୍ର

ବିହାର: ବିହାରର ଶିକ୍ଷା ବ୍ୟବସ୍ଥା ଏବେ ପୁଣି ଥରେ ପଦାରେ ପଡିଛି । ଜଣେ କୁନି ସାମ୍ବାଦିକ ସ୍କୁଲର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣଛନ୍ତି । ତେବେ ଏଥିପାଇଁ ସେ ଏକ ନିଆରା ବାଟ ବାଛିଛନ୍ତି । ଜଣେ ରିପୋର୍ଟର ବା ସାମ୍ବାଦିକ ଭାବରେ ବିଦ୍ୟାଳୟର ଅନେକ ଅସୁବିଧାକୁ ପ୍ରକାଶ କରିଛନ୍ତି । ଏହି କୁନି ସାମ୍ବାଦିକଙ୍କ ରିପୋଟିଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ, ଏହି ଭିଡିଓ ଅଞ୍ଚଳର ପ୍ରଶାସନର ଆଖି ମଧ୍ୟ ଖୋଲି ଦେଇଛି ।

ସଂପୂର୍ଣ୍ଣ ଅବ୍ୟବସ୍ଥା ଘେରରେ ଚାଲିଛି ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟ । ଯାହାର ଅସଲ ଚିତ୍ର ସାମ୍ନାକୁ ଆଣିବା ପାଇଁ ସ୍କୁଲର ନିରୀହ ଛାତ୍ରମାନେ ଏକ ସୁନ୍ଦର ରାସ୍ତା ବାଛିଛନ୍ତି । ନିଜ ବିଦ୍ୟାଳୟର ସମସ୍ତ ଅବ୍ୟବସ୍ଥାକୁ ୧୨ ବର୍ଷରେ ହିଁ ସାମ୍ବାଦିକ ପାଲଟି ଯାଇଛନ୍ତି ଏହି ସ୍କୁଲର ଛାତ୍ର । ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍କୁଲରେ ପଢ଼ୁଥିବା ୧୨ବର୍ଷୀୟ ଛାତ୍ର ଶରଫରାଜ ପ୍ଲାଷ୍ଟିକ ବୋତଲକୁ ମାଇକ୍ କରି ରିପୋର୍ଟିଂ କରୁଥିବାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ ସେ ଗାଁର ନବୀକରଣ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖାଇଛନ୍ତି । ଜଣେ ଅଭିଜ୍ଞ ସାମ୍ବାଦିକଙ୍କ ପରି ସେସ୍କୁଲର ଅବ୍ୟବସ୍ଥାକୁ ରିପୋର୍ଟିଂ କରି ଚାଲିଛନ୍ତି । ସ୍କୁଲରେ ସ୍ୱଚ୍ଛ ପରିବେଶ, ବିଶୁଦ୍ଧ ପାନୀୟ ଜଳ କିମ୍ବା ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା ନଥିବା କଥା ସେ ସ୍ପଷ୍ଟ ଭାବେ କ୍ୟାମେରାରେ ଦର୍ଶାଇଛନ୍ତି । ଏହା ଛଡା ପିଲାମାନଙ୍କ ଶ୍ରେଣୀଗୃହରେ ଗୋଖାଦ୍ୟ ଭର୍ତ୍ତି କରି ରଖାଯାଇଥିବା ସେ ଦେଖାଇବାକୁ ଚେଷ୍ଟ କରିଛନ୍ତି ।

ଜଣେ ଅଭିଜ୍ଞ ସାମ୍ବଦିକ ପରି ପୁଣି ଏହି ଛାତ୍ର ଜଣଙ୍କ ନିଜ ସହଯୋଗୀଙ୍କ ଠାରୁ ସେ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ପ୍ରତିକ୍ରିୟା ନେଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ସ୍କୁଲର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଶରଫରାଜଙ୍କ ଘରକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.