fbpx

ଯୁକ୍ତ ୨ ମୂଲ୍ୟାୟନ ପାଇଁ ୧୪ ଜଣିଆ ବିଶେଷଜ୍ଞ  କମିଟି ଗଠନ

ଭୁବନେଶ୍ଵର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ବାତିଲ୍ ହୋଇଛି। କରୋନାକାଳରେ କେମିତି ବୋର୍ଡ ପରୀକ୍ଷା ହେବ ନେଇ ତାକୁ ନେଇ ଛାତ୍ର-ଛାତ୍ରୀ ଏବଂ ଅଭିଭାବକ ମହଲ ଚିନ୍ତାରେ ଥିଲେ। ଏବେ ସେହି ଚିନ୍ତା ଦୂର ହେବା ପରେ ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଶନିବାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ଯୁକ୍ତ ୨ ମୂଲ୍ୟାୟନ ପାଇଁ ସିଏଚଏସଇ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ ଗୁରୁତ୍ଵପୂର୍ଣ୍ଣ କମିଟି ଗଠନ କରାଯାଇଛି। ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଛି। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବ। ରିପୋର୍ଟ ଆଧାରରେ ଯୁକ୍ତ ୨ ଦ୍ଵାଦଶ ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ ହେବ।

ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଗଠନ କରାଯିବ । ଶିକ୍ଷାବିତ୍‌ଙ୍କୁ ନେଇ କମିଟିରେ ସାମିଲ କରାଯିବ। ବିଶେଷଜ୍ଞ କମିଟି ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁଧ୍ୟାନ କରିବେ। ସେମାନେ କିଭଳି ପରୀକ୍ଷା ଫଳ ବାହାର କରୁଛନ୍ତି ତାହାର ନୀତି ନିୟମକୁ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ କରିବେ ବୋଲି କହିଥିଲେ।

 

 

 

Get real time updates directly on you device, subscribe now.