fbpx

ଜୀବନ ବଞ୍ଚାଉଛି ଡବଲ ଡୋଜ୍ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ ଟିକାକୁ ନେଇ ଖୁସି ଖବର ଦେଇଛି ଏମସ ଗବେଷଣା । ଏମସ ପକ୍ଷରୁ କୁହାଯାଇଛି ଯେ, ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା । ଡବଲ ଡୋଜ ଟିକା ନେଇଥିବା ଲୋକ ସଂକ୍ରମିତ ହେଉଥିଲେ ବି ମୃତ୍ୟୁ ଘଟୁନି । ଏପ୍ରିଲ-ମେ ବ୍ରେକ ଥ୍ରୁ ଜିନୋମ ସିକ୍ୱେନ୍ସିଂ ଗବେଷଣାରୁ ଏହା ସ୍ପଷ୍ଟ କରିଛି ଏମସ୍ ।

ତେବେ ବିଭିନ୍ନ ବର୍ଗର ମୋଟ ୬୩ଜଣଙ୍କୁ ନେଇ ସର୍ବେକ୍ଷଣ କରିଥିଲା ଏମସ । ୬୩ ଜଣଙ୍କ ମଧ୍ୟରୁ ୬୩ ଡବଲ, ୨୭ ଜଣ ସିଙ୍ଗିଲ ଡୋଜ୍ ନେଇଥିଲେ । ୬୩ ଜଣଙ୍କ ମଧ୍ୟରୁ ୧୦ ଜଣ କୋଭିସିଲ୍ଡ ଟିକା ଓ ୫୩ ଜଣ କୋଭାକ୍ସିନ ଟିକା ନେଇଥିଲେ । ଚିହ୍ନଟ ଲୋକମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ୱର ହୋଇଥିଲେ ବି ଜୀବନ ଯାଇନଥିଲା । ଟିକା ଭଲ କାମ କରୁଥିବା ସହ ଟିକା ହିଁ ଜୀବନ ରକ୍ଷକ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.