fbpx

ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଯୁବତୀ, ନକଲି ପୋଲିସ ତାଙ୍କ ସହ ଏପରି କଲେ ଗଣଦୁଷ୍କର୍ମ

ଥାନେ: ମହାରାଷ୍ଟ୍ର ରାଜ୍ୟର ଥାନେ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଥାନେର ଠାକୁରାଳୀ ରେଲୱେ ଷ୍ଟେସନ ପାଖରେ ପୋଲିସକର୍ମୀ ସାଜି ଏକ ୧୭ ବର୍ଷିୟ ଝିଅସହ ଗଣଦୁଷ୍କର୍ମ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ଅଭିଯୁକ୍ତ ନିଜ ସୀମା ପାରି କରି ଏହି ଦୃଶ୍ୟ ଗୁଡ଼ିକୁ ମୋବାଇଲରେ କଏଦ କରିଛନ୍ତି । ତେବେ ଏହି ମାମଲାରେ ପୋଲିସ ୨ ଅଭିଯୂକ୍ତଙ୍କୁ ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ପୀଡ଼ିତା ଜଣକ ନିଜ ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ । ହଠାତ ୨ଜଣ ପୋଲିସ ଜାମା ପିନ୍ଧିଥିବା ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ଏହାପରେ ସେହି ଝିଅକୁ ଏକ ସୁନସାନ ସ୍ଥାନକୁ ନେଇଯାଇ ତାଙ୍କ ସହ ବଳତ୍କାର କରିଥିଲେ । ଏହା ବ୍ୟତୀତ ଏହି ବଳତ୍କାର ଦୃଶ୍ୟର ଭିଡ଼ିଓ ମଧ୍ୟ କରାଯାଇଥିଲା । ଘଟଣାସ୍ଥଳରେ ଝିଅଟିକୁ ୨ଜଣ ଅଭିଯୁକ୍ତ କହିଥିଲେ ଯେ, ସେ ଯଦି ଏହି ବିଷୟରେ କାହାକୁ କୁହନ୍ତି ତେବେ ସେମାନେ ତାଙ୍କୁ ବଦନାମ କରିବା ପାଇଁ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବେ ।

ପୀଡ଼ିତା ଯୁବତୀ ଜଣକ ବଳତ୍କାର ପରେ ଥାନାରେ ସେହି ୨ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏହି ଘଟଣା ପାଇଁ ପାଞ୍ଚଟି ଟିମ ଗଠନ କରିଥିଲେ । ପୋଲିସ ଗୁପ୍ତଚର ଇନପୁଟ ଏବଂ ଅବସ୍ଥାନର ବିବରଣୀକୁ ଆଧାର କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ସୂଚନା ଦେଇ କହିଛନ୍ତି ଯେ, ଏହି ୨ଜଣ ମଧ୍ୟରୁ ଜଣେ ୨୫ବର୍ଷିୟ ଦିନ ମଜୁରିଆ ଏବଂ ଅନ୍ୟ ଜଣେ ୩୨ ବର୍ଷିୟ ଚା ଦୋକାନୀ । ୨୫ବର୍ଷିୟ ଯୁବକଙ୍କ ନାମରେ ପୂର୍ବରୁ ଅନେକ ଗୁଡ଼ିଏ କେସ ରହିଛି ।

Get real time updates directly on you device, subscribe now.