fbpx
BSKY
BJD SHG SKY
BJD YOUTH SKY

ଜଙ୍ଗଲରେ ମିଳିଲା ୨.୭ କେଜିର ରାକ୍ଷସ ବେଙ୍ଗ, କୌଣସି ଜିନିଷ ମଧ୍ୟ ଖାଇପାରିବ, ସୃଷ୍ଟି କଲା ରେକର୍ଡ

କାନବେରା: ଆପଣ କେବେ କେନ୍ ଟୋଡ୍ ର ନାମ ଶୁଣିଛନ୍ତି? ଏହା ଏକ ବେଙ୍ଗ ହେଲେ ମଧ୍ୟ ଏହା ଯେକୌଣସି ଜିନିଷ ଖାଇପାରିବ । ପୂର୍ବ ସପ୍ତାହରେ ଆଷ୍ଟ୍ରେଲିଆର କାନୱେ ନାସନାଲ ପାର୍କରେ ରେଞ୍ଜରଙ୍କୁ ଏକ ୨.୭ କିଲୋର କେନ ଟୋଡ୍ ମିଳିଲା । ପାର୍କ ରେଞ୍ଜର କାଇଲ ଗ୍ରୀ କହିଛନ୍ତି ଯେ, ଏହି ସାଇଜର କେନ ଟୋଡ୍ ମୁହଁକୁ ଯାହା ଆସିବ ଏହା ସବୁ ଖାଇପାରିବ । ଏହି ବେଙ୍ଗ ପରିବେଶକୁ କ୍ଷତି ପହଁଚାଇଥାଏ । ଏଥିପାଇଁ ତାକୁ ମାରି ଦିଆଗଲା । ବର୍ତ୍ତମାନ ଏହି ବେଙ୍ଗର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଗିନିସ ୱାର୍ଲଡ ରେକର୍ଡରେ ୨.୬୫ କିଲୋର ସବୁଠାରୁ ବଡ ବେଙ୍ଗ ୧୯୯୧ରେ ତାଲିକାଭୁକ୍ତ କରାଯାଇଥିଲା ଏହାପରେ ଏହି ବେଙ୍ଗ ଧରାଯାଇଛି । ତେବେ ଏହି ବେଙ୍ଗକୁ ଧରିବାରେ ସଫଳତା ହାସଲ କରିଛନ୍ତି କାୟଲୀ ଗ୍ରେ । ସେ ବିଶ୍ୱସ କରିପାରିଲେନି ଏତେ ବଡ଼ ବେଙ୍ଗ ଅଛି ବୋଲି । ଏହାର ଚାଲିକୁ ଦେଖି ସେ ନାମ ରଖିଦେଲେ ଟୋଡଜିଲ୍ଲା । ଏହାପରେ ସେ ସେହି ବେଙ୍ଗକୁ ଏକ ପାତ୍ରରେ ପୁରାଇ ଜଙ୍ଗଲ ବାହାରକୁ ନେଇ ଆସିଲେ । ଏହି ବେଙ୍ଗର ବୟସ କେତେ ସେ ଜାଣିପାରି ନଥିଲେ । ହେଲେ ସେ କହିଛନ୍ତି ଏକ କୋନ ଟୋଡ୍ ଜଙ୍ଗଲ ମଧ୍ୟରେ ୧୫ ବର୍ଷ ବାସ କରିପାରିବ । ଏହି ପ୍ରକାର ବେଙ୍ଗ କିଛି ମଧ୍ୟ ଖାଇପାରିବ ।

ଗ୍ରେଙ୍କ ସହଯୋଗୀ, ବରିଷ୍ଟ ପାର୍କ ରେଞ୍ଜର ବୈରୀ ନିଲାନ ରାୟଟର୍ସଙ୍କୁ କହିଛନ୍ତି ଯେ, ସେହି ପ୍ରାଣୀକୁ ପରିବେଶ ପ୍ରଭାବ କାରଣରୁ ଇଚ୍ଛା ମୃତ୍ୟୁ ଦିଆଗଲା । ଏହି ଟାଡଜିଲା ବର୍ଷକୁ ୩୫,୦୦୦ ଅଣ୍ଡା ଦେବାର କ୍ଷମତା ରହିଛି । ସେଥିପାଇଁ ପ୍ରଜନନ କରିବା କ୍ଷମତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Get real time updates directly on you device, subscribe now.