fbpx
BJD SKY
BJD SKY

ଭାରତୀୟ ହକି ଟିମକୁ ଲାଗିଲା ଝଟକା; ଦଳରୁ ବାଦ୍ ପଡିଲେ ହାର୍ଦ୍ଦିକ୍ ସିଂ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶାରେ ପୁରୁଷ କହି ବିଶ୍ୱ କପ୍ ଚାଲିଥିବା ବେଳେ ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ଗୋଟିଏ ମୟାଚ୍ ଡ୍ର ହୋଇଛି । ଫଳରେ ଭାରତ କ୍ୱାଟର ପାଇନାଲକୁ ଯିବାର ସମ୍ବାବନା ବୃଦ୍ଧି ପାଇଛି । ତେବେ ଏହାରୀ ମଧ୍ୟରେ ଭରତୀୟ ହକି ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଯାହାଫଳରେ ବର୍ତ୍ତମାନ ଭାରତୀୟ ଦଳ ହକି ବିଶ୍ୱକପ୍ ଜିତିବାକୁ ନେଇ ଚାପ ବଢିଥିବା ଜଣାପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ହକି ଦଳରୁ ଜଣେ ଭଲ ଖେଳାଳୀ ବାଦ ପଡିଛନ୍ତି । ତେବେ ଆହତ ଜନିତ କାରଣରୁ ସେ ଦଳରୁ ବାଦ ପଡିଥିବା ଜଣାପଡିଛି । ଏଥିସହିତ ଭାରତୀୟ ହକି ଦଳରେ ହାର୍ଦ୍ଦିକଙ୍କ ସ୍ଥାନ ରାଜକୁମାର ପାଲ ନେବେ ବୋଲି ସୂଚନା ମିଳିଛି ।

ତେବେ ଭାରତୀୟ ଦଳରେ ଏହି ପରିବର୍ତ୍ତନ ଆଗକୁ ଟିମ୍ ପାଇଁ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା । ଏତତ୍ ବ୍ୟତୀତ ରାଜକୁମାରଙ୍କ ଉପରେ ଅନେକ ପ୍ରଶଂସକ ଏବଂ ଦଳ ନିର୍ଭର କରିଥିବା ଜଣାପଡୁଛି । ଏଥିସହିତ ଆଗାମୀ ମ୍ୟାଚକୁ ନେଇ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ଓଡିଶାମାଟିରେ ଭାରତୀୟ ଦଳ ହକି ବିଶ୍ୱକପ୍ ଜିତିବାକୁ ନେଇ ଅନେକ ଆଶା ଉକ୍ରଣ୍ଠା ରହିଥିବାବେଳେ ଏହା ପ୍ରତ୍ରିଫଳିତ ହେଉଛି କି ନାହିଁ ମ୍ୟାଚ ପରେ ଜଣାପଡିବ ବୋଲି ସବୁଠି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.