fbpx

ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ: ଯାତ୍ରା କରୁଛନ୍ତି ୨୩୮ ଯାତ୍ରୀ, ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ରୁଷରୁ ଆସୁଥିବା ଏକ ବିମାନରେ ବୋମା ଆତଙ୍କ ନେଇ ଆଲର୍ଟ ଜାରି କରାଯାଇଛି । ଏହି ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏହି ସମୟରେ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି । ଏହାପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ ଆଡ଼କୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି ।

ଗତ ୧୧ ଦିନ ମଧ୍ୟରେ ରୁଷୀୟ ଏୟାରଲାଇନ୍ସ ଏଜୁର ଫ୍ଲାଇଟ ସହ ଏହା ଦ୍ୱିତୀୟ ଥର ପାଇଁ ଘଟିଛି । ଏହା ପୂର୍ବରୁ ଗତ ୯ ତାରିଖ ବିଳମ୍ବିତ ରାତିରେ ମସ୍କୋରୁ ଗୋଆ ଯାଉଥିବ ଏଜୁର ଏୟାରଲାଇନ୍ସର ବିମାନ ଗୁଜରାଟ ଜାମନଗରରେ ଜରୁରୀ ଅବତରଣ କରିଥିଲା । ବିମାନରେ ବମ୍ ଥିବା ନେଇ ଗୋଆ ଟ୍ରାଫିକ କଣ୍ଟ୍ରୋଲକୁ ଇ-ମେଲ ଯୋଗେ ଖବର ମିଳିଥିଲା । ଏହାପରେ ଏହି କଥାକୁ ଗମ୍ଭୀରତାର ସହ ନେଇ ବିମାନର ପାଇଲଟଙ୍କ ସହ ଯୋଗାଯୋଗ କରାଯାଇଥିଲା ଓ ଫ୍ଲାଇଟକୁ ନିକଟସ୍ଥ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ କୁହାଯାଇଥିଲା ।

ଏହାପରେ ପରେ ଏୟାର ଟ୍ରାଫିକ କଣ୍ଟୋଲ ପକ୍ଷରୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନାର ଏୟାର ବେସରେ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଏୟାରପୋର୍ଟ ବେସରେ ସକାଳ ସମୟରେ କେବଳ ଗୋଟିଏ ପାସେଞ୍ଜର ଫ୍ଲାଇଟ ସଞ୍ଚାଳିତ ହୋଇଥାଏ । ସୂଚନା ମୁତାବକ, ୯ ତାରିଖ ଦ୍ୱିପ୍ରହର ୧୨ଟା ସମୟରେ ବିମାନଟି ମସ୍କୋରୁ ଗୋଆ ପାଇଁ ଉଡ଼ାଣ ଭରିଥିଲା । ଉକ୍ତ ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୨୪୪ ଜଣ ଯାତ୍ରା କରୁଥିଲେ । ତେବେ ଯାଞ୍ଚରେ ବିମାନରୁ କୌଣସି ସନ୍ଦିଗ୍ଧ ମିଳିନଥିଲା ।

Get real time updates directly on you device, subscribe now.