fbpx

ଘାଟିରୁ ଓଲଟିଲା ମିନିବସ୍; ୫ ମୃତ, ୧୫ ଆହତ

ନୂଆଦିଲ୍ଲୀ:ଆଜିର ସମୟରେ ସଡକ ଦୁର୍ଘଟଣା ଏକ ବଡ ସମସ୍ୟା ରୂପରେ ଛିଡା ହୋଇଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ କିଛି ଲୋକ ଆଜୀବନ ଶରିରୀକ ଅକ୍ଷମ ହେଉଛନ୍ତି । ଏହି ସଡକ ଦୁର୍ଘଟଣା କାରଣରୁ ଅନେକ ପରିବାର ମଧ୍ୟ ଉଜୁଡି ଯାଉଛି । କେଉଁ ଶିଶୁ ତାର ବାପାଙ୍କୁ ହରାଉଛି ତ ଆଉଁ କେଉଁଠି ବୃଦ୍ଧ ବାପ ତାର ଭେଣ୍ଡିଆ ପୁଅକୁ ହରାଉଛି । ତ ପୁଣି କେଉଁଠି କେଉଁ ସ୍ୱାମୀ ତା ସ୍ତ୍ରୀକୁ ମଧ୍ୟ ଏହି ଦୁର୍ଘଟଣା କାରଣରୁ ସବୁଦିନ ପାଇଁ ହରାଇ ବସୁଛି । ତେବେ ପୂର୍ବରୁ ଏପରି ଅନେକ ସଡକ ଦିର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିପରି ଏକ ମାମଲା ସାମ୍ନାକୁ ଆସିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର କଠୱାରେ ଏକ ମିନିବସ୍ ଘାଇକୁ ଖସିପଡିଛି । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବସଟି କେଉଁଠାକୁ ଯାତ୍ରା କରୁଥିଲା ତାହା ଜଣାପଡି ନାହିଁ । ଏହି ଦୁର୍ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଖବର ପାଇ ଘଟଣାସ୍ଖଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରିଛି । ଏଥିସହିତ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।

ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମିନିବସଟି ଘାଟିରେ ଭାରସ୍ୟାମ ହରାଇ ଘାଇକୁ ଖସିପଡିଥିଲା । ଫଳରେ ଏପରି ଏକ ଦୁର୍ଘଟଣା ଘଟିଛି । ତେବେ ବସରେ ଥିବା ଯାତ୍ରୀମୀନଙ୍କ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଓାହତମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ପଚରା ଉଚରା କରୁଥିବା ଡଣାପଡିଛି ।

Get real time updates directly on you device, subscribe now.