fbpx

PM ମୋଦୀଙ୍କ ସଭାରୁ ଧରାପଡ଼ିଲେ ନକଲି NSG ଯବାନ: VVIP ସେକ୍ସନକୁ କାହିଁକି ଯାଉଥିଲେ ଯୁବକ, ଚାଲିଛି ତଦନ୍ତ

ନୂଆଦିଲ୍ଲୀ: ଯେତେ କଡ଼ା ସୁରକ୍ଷା ଥିଲେ ମଧ୍ୟ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥାଏ । ତେବେ ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ପାଖାପାଖି ୩୮,୮୦୦ କୋଟିର ଏକ ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ତେବେ ଏମଏମଆରଡିଏ ପଡ଼ିଆରେ ଆୟୋଜିତ ହୋଇଥିବା ମୋଦୀଙ୍କ ସଭାସ୍ଥଳକୁ ଜଣେ ଯୁବକ ଏନଏସଜିର ନକଲି ପରିଚୟ ପତ୍ର ଦେଖାଇ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ । ପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ଏବେ ପଚରାଉଚରା କରୁଛି ।

ତେବେ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ (ବିକେସି) ପୋଲିସ ଗିରଫ କରିଥିବା ଉକ୍ତ ୩୫ ବର୍ଷୀୟ ଯୁବକ ରାମେଶ୍ୱର ମିଶ୍ରା ନଭୀ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି । ସେ ଭାରତୀୟ ସେନାର ଗାର୍ଡସ ରେଜିମେଣ୍ଟର ଯବାନ ବୋଲି ପରିଚୟ ଦେଇଥିଲେ । ଦିଲ୍ଲୀ ପୋଲିସ ସହିତ, ସେନା, ଆଇବି, ପିଏମ ସୁରକ୍ଷା ଅଧିକାରୀ ଏପରି ଅନେକ ସଂସ୍ଥା ଏହି ମାମଲାର ଯାଞ୍ଚ କରୁଛନ୍ତି । ଭିଭିଆଇପି ସେକ୍ସନ ଭିତରକୁ ଏହି ଯୁବକ ପଶିବାକୁ ପ୍ରୟାସ କରୁଥିଲେ ।

ଏହି ଘଟଣା ପରେ ପିଏମଙ୍କ ସୁରକ୍ଷା ପାଇଁ ୪୫୦୦ ପୋଲିସଙ୍କୁ ମୁତୟନ କରାଯାଇଥିଲା । ଏଥିସହିତ ରାଜ୍ୟ ରିଜର୍ଭ ପୋଲିସ ଓ ଦଙ୍ଗା ବିରୋଧୀ ରାପିଲ ଆକ୍ସନ ଫୋର୍ସକୁ କାର୍ଯ୍ୟରେ ଲଗାଯାଇଥିଲା । ପିଏମଙ୍କ ଆଗମନକୁ ଦୃଷ୍ଟିରେ ରଖି ବିକେସି ଓ ତା’ର ନିକଟବର୍ତ୍ତୀ ଅଞ୍ଚଳକୁ ନୋ ଫ୍ଲାଇ ଜୋନ ଘୋଷିତ କରାଯାଇଥିଲା । ଏଥିସହିତ କିଛି ସଡ଼କ ପଥରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା ।

Get real time updates directly on you device, subscribe now.