fbpx

୫ ବର୍ଷ ଶିଶୁର ମୃତ୍ୟୁ, ୮ ମହଲାରୁ ତଳକୁ ଖସିପଡିଲା ବାଳକ

ନୂଆଦିଲ୍ଲୀ : ଜନ୍ମ ପରେ ମଣିଷର ମୃତ୍ୟୁ ସୁନିଶ୍ଚିତ । ଅଭିଭାବକ ନିଜ ଛୁଆ ମାନଙ୍କ ପାଇଁ ସବୁ ବେଳେ ସଚେତନ ହୋଇ ରୁହନ୍ତି । କିନ୍ତୁ ମୃତ୍ୟୁ କେତେବେଳେ ଆସେ ତାହା କେହି ଜାଣି ପାରିବେ ନାହିଁ । ଏହିଭଳି ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସକାଳେ ନୋଏଡ଼ା ସ୍ଥିତ ଏକ ଉଚ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ତଳକୁ ପଡ଼ି ୫ ବର୍ଷର ଶିଶୁ ମୃତ୍ୟୁବରଣ କରିଛି ।

ସୂଚନା ଅନୁସାରେ, ନୋଏଡାସ୍ଥିତ ସେକ୍ଟର ୭୮ର ହାଇଡ ପାର୍କ ସୋସାଇଟିରେ ସକାଳ ୫.୪୫ ସମୟରେ ଏହି ଅଘଟଣ ଘଟିଥିଲା । ସକାଳେ ଛୁଆର ବାପା ଓ ମାଆ ଜାଗ୍ରତ ହୋଇନଥିବା ବେଳେ ଏହି ଘଟଣାଟି ଘଟିଥିଲା । ବାପା ମାଆ ଜାଗ୍ରତ ହେବା ପୂର୍ବରୁ ଦୁର୍ବୃତ୍ତ ପିଲାଟି ଜାଗ୍ରତ ହୋଇ ଘର ଭିତରେ ବୁଲୁଥିବା ବେଳେ ଘର ସାମ୍ନାରେ ଥିବା ବାଲକୋନୀକୁ ଯାଇଥିଲା । ପିଲାଟି ସେଠାରେ ଖେଳୁଥିବା ସମୟରେ ଅଷ୍ଟମ ମହଲାର ବାଲକୋନୀ ଉପରୁ ତଳକୁ ଖସି ଗୁରୁତର ହୋଇଥିଲା ।

ପରବର୍ତ୍ତୀ ସମୟରେ ଗୁରୁତର ଆହତ ହୋଇଥିବା ଶିଶୁକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ପରିସ୍ଥିତିକୁ ନେଇ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.