fbpx

ଉତ୍ତରପ୍ରଦେଶର କୌଶାମ୍ବୀରେ ହେବ ୫୧ ଫୁଟର ବୁଦ୍ଧଙ୍କ କାଂସ୍ୟ ପ୍ରତିମା

ଓଡିଶା ଭାସ୍କର: ଉତ୍ତରପ୍ରଦେଶରେ ଧାର୍ମିକ ପର୍ଯ୍ୟଟନକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର କୌଶାମ୍ବୀରେ ଭଗବାନ ବୁଦ୍ଧଙ୍କ ୫୧ ଫୁଟ ଉଚ୍ଚର କାଂସ୍ୟ ମିଶ୍ରିତ ଧାତୁରେ ତିଆରି ପ୍ରତିମା ସ୍ଥାପନ କରାଯିବ । ଏହା ଶୀଘ୍ର କାର୍ଯ୍ୟକାରୀ ହେବାକୁ ଉତ୍ତରପ୍ରଦେଶ ସରକାର ଲାଗି ପଡିଛନ୍ତି । ସେଥିପାଇଁ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଅଧିନ ରାଜ୍ୟ ଲଳିତ କଳା ଏକାଡେମୀ ଅଳ୍ପାବଧି ନୋଟିସ ମଧ୍ୟ ଜାରି କରିଛି ଇ-ଟେଣ୍ଡର ପାଇଁ । ରାଜ୍ୟ ସଂସ୍କୃତି ବିଭାଗ କର୍ମଚାରୀଙ୍କ କହିବାନୁସାରେ, ନାମିତ ଏଜେନ୍ସିକୁ କାର୍ଯ୍ୟ ଆବଣ୍ଟନ ପରେ; ୭ ମାସ ଭିତରେ ଏହି ପ୍ରତିମାକୁ ସ୍ଥାପିତ କରାଯିବ ।

ପ୍ରଥମ ମାସରେ ପ୍ରତିମାର ପ୍ରାରୂପ ତିଆରି ହେବ । ପରବର୍ତ୍ତୀ ସମୟରେ ଅନୁମୋଦନ ମିଳିବା ପରେ ୬ ମାସ ମଧ୍ୟରେ ମୁଖ୍ୟ ପ୍ରତିମାର ନିର୍ମାଣ ପୁରା କରି ସ୍ଥାପନା କାର୍ଯ୍ୟକୁ ପୂର୍ଣ୍ଣ କରାଯିବ । ଏହି ମୂର୍ତ୍ତି ହୋଲୋ କାଷ୍ଟ ବିଧିର ଉପଯୋଗ କରି ପୂର୍ଣ୍ଣ କରାଯିବ । ଏହାକୁ ଲାଁଷ୍ଟ ୱେକ୍ସ ପ୍ରକିୟା ମାଧ୍ୟମରେ ଢଲେଇ କରାଯିବ । ମୂର୍ତ୍ତିରେ କାଂସ୍ୟ ମିଶ୍ରିତ ଧାତୁ ତମ୍ବା ୮୫ ପ୍ରତିଶତ, ସୀସା, ଟିନ ଓ ଜସ୍ତା ଯଥାକ୍ରମେ ୫ ପ୍ରତିଶତ ଲେଖାଏଁ ରହିବ । ଏହାର ସ୍ଥାପନା ପାଇଁ ୨୦ ଟନର ଲୁହାର ଉପଯୋଗ ହେବ । ମୂର୍ତ୍ତି ଭିତରୁ ଫମ୍ପା ରହିବ , ଯାହାର ଢଲେଇ ପ୍ରାୟ ୭ ରୁ ୮ ମିଟର ମୋଟା ହେବ ।

Get real time updates directly on you device, subscribe now.