ପ୍ରାଣ ହାରିଦେଲେ ୭ମ ଶ୍ରେଣୀ ଛାତ୍ରୀ, ସ୍କୁଲରୁ ଆସି ନେଲେ ଏଭଳି ନିଷ୍ପତ୍ତି

ଜୀବନ ହାରିଦେଲା ୭ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ

ଜଳେଶ୍ୱର: ସ୍କୁଲରୁ ଆସି ପ୍ରାଣ ହାରିଛନ୍ତି ୭ମ ଶ୍ରେଣୀର ଛାତ୍ରୀ । ଘର ନିକଟରୁ ଏକ ଗଛରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୋଗରାଇ ବ୍ଲକ ଗମ୍ଭାରିଆ ଗ୍ରାମରେ ଏହି ଘଟଣାଟି ଘଟିଛି ।

ମୃତ୍ୟୁର କରାଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଛାତ୍ରୀଙ୍କ ଏଭଳି ପଦକ୍ଷପେକୁ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଛାତ୍ରୀ ଜଣଙ୍କ କାହିଁକି ପ୍ରାଣ ହାରିବା ଲାଗି ପଦକ୍ଷେପ ନେଇଛନ୍ତି, ତାହା ସଂପୂର୍ଣ୍ଣ ଯାଞ୍ଚ ପରେ ଜଣାପଡିବ ।