fbpx

୩୦୦ ଫୁଟ ତଳେ ଖସି ପଡିଲା ଶିଶୁ: ଏମିତି ଜୀବନ ବଞ୍ଚାଇଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଦେଶର ସୀମା ହେଉ କି ଅନ୍ୟ କେଉଁଠି ଭାରତୀୟଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପର ଥ।।ଆନ୍ତି ଦେଶର ଯବାନ । ସେମାନଙ୍କ ସାହସ ଏବଂ ବୁଦ୍ଧି ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ । ୩୦୦ ଫୁଟ ବୋରୱେଲରେ ଖସି ପଡିଥିବା ଏକ ଶିଶୁକୁ ଉଦ୍ଧାର କରିଛନ୍ତି ଜଣେ ସୈନିକ ।

ଗୁଜୁରାଟର ଦୁଧପୁର ଗ୍ରାମରେ ଏକ ଅସମ୍ଭବ ସଦୃଶ ମିଶନକୁ ସଫଳତାପୂର୍ବକ ହାସଲ କରିଛନ୍ତି ଯବାନ । ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଏକ ଛୋଟ ଶିଶୁ ଶିବମ ଖେଳୁଥିବା ବେଳେ ପାଖ ବୋରୱେଲରେ ଖସି ପଡିଥିଲା । ଏହି ବୋରୱେଲର ଗଭୀର ପ୍ରାୟ ୩୦୦ ଫୁଟ ବୋଲି ଅନୁମାନ କରାଯାଉଛି । ତେବେ ଶିବମ ୩୦ ଫୁଟ ଗଭୀରରେ ଫସିଯାଇଥିବା ଜଣାପଡିଥିଲା । ପିଲାଟିକୁ ଉଦ୍ଧାର କରିବା ପାଇଁ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକେ । ଖବର ପାଇଁ ଭାରତୀୟ ସେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରେସ୍କୁ ଅପରେସନ ଆରମ୍ଭ କରିଥିଲେ । ଏକ ହୁକ ତିଆରି କରି ବୋରୱେଲ ଭିତରକୁ ପକା ଯାଇଥିଲା । ଶିବମର ପୋଷାକରେ ଏହି ହୁକ ଲାଗି ଯିବାରୁ ଧିରେ ଧିରେ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଏ ନେଇ ଅପରେସନରେ ସାମିଲ ତିବା ଜଣେ ଅଦିକାରୀ ସୂଚନା ଦେଇଛନ୍ତି ।

ତେବେ ଏହି ସମସ୍ତ ଘଟଣାର ଏକ ଛୋଟ ଭିଡିଓ ଏବେ ସେରାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଯବାନର କୋଣାର୍କ କର୍ପ୍ସ ଏହି ଅପରେସନରେ ସଫଳତା ହାସଲ କରିଥିବା ସୂଚନା ମିଳିଛି । ଏବେ ଏହି ଭିଡିଓକୁ ଅନେକ ଲୋକ ଦେକିବା ସହ ଯବାନଙ୍କ ଏହି କାରନାମାକୁ ଖୁବ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.