fbpx
BJD SKY
BJD SKY

ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକାରୁଣୀ; ଜଗନ୍ନାଥ ପରିଚାଳନା କମିଟିଙ୍କ ସୂଚନା

BJD

ଫୁଲବାଣୀ: ପୁଲବାଣୀ ଜଗନ୍ନାଥ ମନ୍ଦିରକୁ ଜଣେ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଯାହାକି ବର୍ତ୍ତମାନ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସେହି ବୃଦ୍ଧା ଜଣକ କୌଣସି କୋଟିପତି ଘରର ମହିଳା ନୁହନ୍ତି କିମ୍ବା କୌଣସି ଭଲ କମ୍ପାନୀ ଚାକରୀ କରି ନାହାନ୍ତି । ତେବେ ତାଙ୍କ ବୃତ୍ତି ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ଥିବା ଏକ ଜଗନ୍ନାଥଙ୍କ ମନ୍ଦିରକୁ ଜଣେ ମହିଳା ୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଏନେଇ ଜଗନ୍ନାଥ ପରିଚାଳନା କମିଟି ସୂଚନା ଦେଇଛି । ତେବେ ଏହି ମହିଳା ଜଣଙ୍କ ପେଷାରେ ଭିକାରୁଣୀ ହୋଇଥିବା ବେଳେ ତାଙ୍କ ନାମ ତୁଳା ବେହେରା ବୋଲି ଜଣା ପଡିଛି । ଯାହାଙ୍କ ବୟସ ପାଖାପାଖି ୬୦ ବର୍ଷ ହେବ । ତେବେ ତୁଳା ଫୁଲବାଣୀର କିଛି ଅଞ୍ଚଳରେ ଭିକ୍ଷା ବୃତ୍ତି କରି ଚଳୁଥୁବା ବେଳେ ,ସେ ତାଙ୍କ ଜୀବନ କାଳ ମଧ୍ୟରେ ସଞ୍ଚିଥିବା ଧନକୁ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଦାନ କରିଛନ୍ତି । ଯାହାକି ସେଠାକାର ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

Get real time updates directly on you device, subscribe now.