fbpx

Video: ପୁଣି ବାହାହେଲେ କି ଅନୁଭବ ମହାନ୍ତି ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ବରବେଶର ଫଟୋ

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ମଧ୍ୟରେ ଅନୁଭବଙ୍କୁ ନେଇ ଆସିଛି ଏକ ବଡ଼ ଖବର, ଯାହାକି ତାଙ୍କର ଦ୍ୱିତୀୟ ବିବାହକୁ ନେଇ ରହିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ସେ ସତ ସତିକା ବିବାହ କରିଛନ୍ତି ନା କୌଣସି ଚଳଚ୍ଚିତ୍ରର ସିନ୍, ତାହା ସ୍ପଷ୍ଟ ହୋଇନାହିଁ । ସୋସିଆଲ ମିଡିଆରେ ରାକେଶ ରୋଶନ ମହାନ୍ତି ନାମକ ଜଣେ ଅନୁଭବଙ୍କ ବଡ଼ ଫ୍ୟାନ୍ସ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନୂଆ ଯାତ୍ରା ପାଇଁ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Image

ଭାଇରାଲ ହେଉଥିବା ଫଟୋରେ ଅନୁଭବଙ୍କ ସହ ରାକେଶ ଠିଆ ହୋଇଛନ୍ତି । ଏହା ସହ ଫଟୋରେ ଅନୁଭବ ବାହାଘର ପୋଷାକ ପିନ୍ଧିଥିବା ସହ ମଥାରେ ନାଲି ସିନ୍ଦୁର ଲଗାଇଥିବା ଜଣାପଡିଛି । ଏହା ସହ ଅନୁଭବଙ୍କ ଅନେକ କିଛି ବରବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ଫ୍ୟାନ୍ସ ଅନୁଭବଙ୍କ ବିବାହକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ପ୍ରଥମ ପତ୍ନୀ ଅର୍ଥାତ୍ ବର୍ଷା ପ୍ରିୟଦର୍ଶୀଙ୍କୁ ଛାଡ଼ପତ୍ର ନଦେଇ ସେ କିପରି ଦ୍ୱିତୀୟ ବିବାହ କରିପାରିବେ ବୋଲି ପ୍ରଶ୍ନ ଉଠୁଛୁ ।

ତେବେ ବରବେଶରେ ଅନୁଭବଙ୍କ ଫଟୋ ଭାଇରାଲ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କନ୍ୟାର ଫଟୋ କିଛି ସାମ୍ନରାକୁ ଆସିନି । ସେ କାହାକୁ ବାହାହୋଇଛନ୍ତି, ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉଦ୍ୱେଗ ସୃଷ୍ଟି ହୋଇଛି । ଅନୁଭବଙ୍କ ଏହି ବରବେଶର ଫଟୋ କେବେକାର ଜଣାପଡିନଥିବା ବେଳେ ଫଟୋଟି ଦିଲ୍ଲୀରେ ଉଠାଯାଇଥିବା ସୂଚନା ମିଳିଛି । ଏସମ୍ପର୍କରେ ଅନୁଭବ ମହାନ୍ତି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ସେ ସତରେ ବିବାହ କରୁଛନ୍ତି ନା ଏହା କୌଣସି ସିନେମାର ଦୃଶ୍ୟ, ତାହା କେବଳ ଅନୁଭବ ମହାନ୍ତି ହିଁ କହିପାରିବେ ।

Get real time updates directly on you device, subscribe now.