fbpx
BJD SKY
BJD SKY

୨୦୦୦ ପରେ ଏବେ ୫୦୦ ଟଙ୍କିଆ ନୋଟ୍ ଉପରେ ବଡ ଅପଡେଟ: ଜାଣି ରଖନ୍ତୁ ସମସ୍ତେ

BJD

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟ୍ ଉପରେ ବ୍ୟାନ ଲାଗିବା ପରେ ସାଧାରଣ ଜନତା ଏବେ ଚିନ୍ତାରେ ପଡି ଯାଇଛନ୍ତି । ନୋଟ୍ ପରିବର୍ତ୍ତନ କରିବା ଚେଷ୍ଟାରେ ଲାଗିଛନ୍ତି ଦେଶବାସୀ । ଏଥିପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ଏହା ଭିତରେ ୨୦୦୦ ଟଙ୍କିଆ ନୋଟ୍ ପରେ ବର୍ତ୍ତମାନ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ ଅପଡେଟ ସାମନାକୁ ଆସିଛି । ଠକାମୀର ଶିକାର ହେବା ପୂର୍ବରୁ ଏହି ବିଷୟରେ ଜାଣି ରଖନ୍ତୁ ଦେଶବାସୀ ।

ଦେଶରେ ୨୦୦୦ ଟଙ୍କିଆ ନୋଟ ବ୍ୟାନ ହେବା ପରେ ବର୍ତ୍ତମାନ କେବଳ ୫୦୦ ସବୁଠୁ ବଡ ନୋଟ୍ ଭାବରେ ରହିଛି ଟଙ୍କିଆ ନୋଟ୍ । ତେବେ ଏହି ନୋଟବନ୍ଦୀ ପରେ ୫୦୦ ଟଙ୍କିଆ ନୋଟର କଳାବଜାରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏମିତି ପରିସ୍ଥିତିରେ ଅସଲି ଏବଂ ନକଲି ନୋଟ୍ କୁ ଚିହ୍ନିବେ କିପରି?

ରିଜର୍ଭ ବ୍ୟାଙ୍କ ଅନୁସାରେ, ୫୦୦ ଟଙ୍କିଆ ନୋଟ୍ ର ଆଗରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥାଏ । ଏହି ନୋଟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ହସ୍ତାକ୍ଷରକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ତେବେ ନୋଟ୍ ର ପଛ ପଟରେ ‘ଲାଲ୍ କିଲ୍ଲା’ ଚିତ୍ର ସ୍ଥାନ ପାଇଥିବା ବେଳେ ଏହାର ଆଧାର ରଙ୍ଗ ଷ୍ଟୋନ୍ ଗ୍ରେ ହୋଇଥାଏ । ଏଥିରେ ଅନ୍ୟ ଡିଜାଇନ ଏବଂ ଜ୍ୟାମିତିକ ପାଟର୍ଣ୍ଣ ମଧ୍ୟ ବିଭିନ୍ନ କଲର୍ ସ୍କିମରେ ଚିତ୍ରିତ ହୋଇଛି । ତେବେ ଭୂଳ ୫୦୦ ଟଙ୍କିଆ ନୋଟରେ କିଛି ବିଶେଷତ୍ୱ ରହିଛି । ଏହି ଜିନିଷ ଗୁଡିକୁ ନଜର କରି ନୋଟ୍ କୁ ଅସଲି କିମ୍ବା ନକଲି ଜାଣି ହେବ ।

Here is how to check if your Rs 500 note is genuine or fake - Check RBI  document | Zee Business

କେମିତି କରିବେ ଚେକ୍?

୫୦୦ ଟଙ୍କିଆ ନୋଟ୍ ୬୬ମିମି ୧୫୦ ମିମି ହୋଇଥାଏ । ମଝିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥାଏ । ଏହାସହିତ ଦେବାନାଗିରି ଭାଷାରେ ମୂଲ୍ୟବର୍ଗ ଅଙ୍କ ୫୦୦ ଲେକାଯାଇଥିବ । ଏହାସହ ମାଇକ୍ରୋ ଲେଟର୍ସରେ ‘ଭାରତ’ ଏବଂ ‘ଇଣ୍ଡିଆ’ ଲେଖାହୋଇଥାଏ । ନୋଟ୍ ର ଆଗ ପାଖରେ ଧଳା ଏରିଆକୁ ଆଲୋକରେ ଦେଖିଲେ ଏଥିରେ ୫୦୦ ର ଛବି ଦେଖିବାକୁ ମିଳିବ । ଭାରତ ଏବଂ ଆରବିଆଇ ଲେଖାଥିବା ପଟି ମଧ୍ୟ ଦେଖିବାକୁ ମିଳିବ, ତେବେ ନୋଟ୍ କୁ ତଳକୁ କରି ଦେଖିଲେ ଏହା ସବୁଜରୁ ନୀଳ ରଙ୍ଗ ଦେଖାଯିବ । ଗାରେଣ୍ଟ୍ରି କ୍ଲଜ, ପ୍ରୋମିଜ ସହିତ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଏବଂ ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଡାହାଣ ପାଶ୍ୱର୍ରେ ଆରବିଆଇର ପ୍ରତୀକ ରହିଥାଏ ।

ସେହିପରି ଏଥିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂଇଲେକ୍ଟ୍ରୋଟାଇପ(୫୦୦) ୱାଟରମାର୍କ ସ୍ଥାନ ପାଇଥାଏ । ଉପର ବାମ ପାଖରେ ଏବଂ ତଳେ ଡାହାଣ ପାଖରେ ଅକ୍ଷରରେ ନମ୍ବର ପ୍ୟାନେଲ ରହିଥିବ । ତଳେ ଡାହାଣ ପାଖରେ ରଙ୍ଗ ପରିବର୍ତ୍ତନ ହେଉଥିବା ଦୁଆତ(ସବୁଜରୁ ନୀଳ)ରେ ୫୦୦ ଟଙ୍କାର ଚିହ୍ନ ସହିତ ମୂଲ୍ୟବର୍ଗ ଅଙ୍କା ଯାଇଥାଏ । ଏହାସହିତ ଡାହାଣ ପାଖରେ ଅଶୋକ ସ୍ତମ୍ଭ ମଧ୍ୟ ରଖାଯାଇଥାଏ । ତେବେ ଏହିସମୁ ସଂକେତ ଯଦି ରହିଥାଏ, ତେବେ ନୋଟ୍ ଅସଲି ବୋଲି ଜାଣି ହୁଏ । ନଚେତ ଏହା ଏକ ନକଲି ନୋଟ୍ ହୋଇପାରେ ।

Get real time updates directly on you device, subscribe now.