fbpx
BSKY SKY
BSKY SKY

ବଜେଟ୍ ପୂର୍ବରୁ କେନ୍ଦ୍ରର ଏହି ପେନ୍ସନ୍ ସ୍କିମ୍ ଉପରେ ବଡ ଅପଡେଟ୍, ଗ୍ରାହକମାନେ ଜାଣିବା ନିହାତି ଆବଶ୍ୟକ

BSKY

ନୂଆଦିଲ୍ଲୀ:ମୋଦୀ ସରକାରଙ୍କ ଅଟଳ ପେନସନ ଯୋଜନାରେ ଯଦି ଆପଣ ଟଙ୍କା ନିବେଶ କରିଛନ୍ତି ତେବେ ଏଥିରେ ନୂଆ ଅପଡେଟ୍ ଆସିଛି । ନୂତନ ଅପଡ଼େଟ ଅନୁଯାୟୀ, କେନ୍ଦ୍ରର ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନାରେ ୫କୋଟିରୁ ଅଧିକ ଲୋକ ଏଥିରେ ରେଜିଷ୍ଟ୍ରେସନ କରିଛନ୍ତି । ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ ତରଫରୁ ଏହି ସୂଚନା ମିଳିଛି ଯେ, ୨୦୨୨ରେ ଏହା ଭଲ ପ୍ରଦର୍ଶନ କରିଥିଲା ।

୨୦୨୨ ମସିହାରେ, ଏହି ଯୋଜନା ସହିତ ଜଡିତ ୧.୨୫ କୋଟି ନୂତନ ପଞ୍ଜୀକରଣ ହୋଇଥିବାବେଳେ ୨୦୨୧ ମସିହାରେ କେବଳ ୯୨ ଲକ୍ଷ ନୂତନ ପଞ୍ଜିକରଣ କରାଯାଇଥିଲା। ପେନ୍ସନ୍ ପାଣ୍ଠି କହିଛି ଯେ, ଏପର୍ଯ୍ୟନ୍ତ ୨୯ ଟି ବ୍ୟାଙ୍କ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅତିକ୍ରମ କରିଛନ୍ତି। ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ଇଣ୍ଡିଆନ୍ ବ୍ୟାଙ୍କ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିବାବେଳେ ୨୧ ଟି ବ୍ୟାଙ୍କ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ବର୍ଗରେ ଲକ୍ଷ୍ୟ ହାସଲ କରିଛନ୍ତି।

RRB ରେ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ ଝାଡ଼ଖଣ୍ଡ ରାଜ୍ୟ ଗ୍ରାମିଣ ବ୍ୟାଙ୍କ, ବିଦର୍ଭ କନକ ଗ୍ରାମିଣ ବ୍ୟାଙ୍କ ଏବଂ ବରୋଦା ୟୁପି ବ୍ୟାଙ୍କରେ କରାଯାଇଛି। ବିବୃତ୍ତି ଅନୁଯାୟୀ, ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଚାର ଅଭିଯାନ ଅନୁଯାୟୀ, PFRDA ଏହି ଯୋଜନାର ସର୍ବାଧିକ ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛି । ଏହି ଅଭିଯାନ ସହିତ ୨୦୨୧ ମସିହାରେ ମହିଳା ପଞ୍ଜିକରଣର ଅନୁପାତ ୩୮ ପ୍ରତିଶତରୁ ୪୫ ପ୍ରତିଶତକୁ ବୃଦ୍ଧି ପାଇଛି।

ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ଜଣେ ଭାରତୀୟ ନାଗରିକ ଏବଂ ଆପଣଙ୍କର ବୟସ ୧୮-୪୦ ବର୍ଷ ମଧ୍ୟରେ ଏବଂ ଆପଣଙ୍କର ବ୍ୟାଙ୍କ କିମ୍ବା ଡାକଘରେ ଏକ ସଞ୍ଚୟ ଆକାଉଣ୍ଟ ଅଛି, ତେବେ ଆପଣ APY ପାଇଁ ଆବେଦନ କରିପାରିବେ। ଆମେ ଆପଣଙ୍କୁ କହିବୁ ଯେ, ଅଟଳ ପେନ୍ସନ୍ ଯୋଜନା (APY) ରେ ବିନିଯୋଗ କରିବା ପରେ ବୟସ ସୀମା ପରେ ପ୍ରତି ମାସରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ପାଇବା ପାଇଁ ବ୍ୟବସ୍ଥା ରହିଛି। ନୂତନ ପରିବର୍ତ୍ତନ ଅଧୀନରେ, ଏହି ଯୋଜନାରେ ITR ଦାଖଲ କରୁଥିବା ଲୋକମାନେ ଏକ ଖାତା ଖୋଲିପାରିବେ ନାହିଁ । ଏହି ଯୋଜନା ବିଶେଷ ଭାବରେ ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.