fbpx

(Video) ବିମାନ ଚକା ତଳକୁ ଚାଲି ଆସିଲା କାର୍, ଅଳ୍ପକେ ବର୍ତ୍ତିଗଲା ବଡ଼ ଦୁର୍ଘଟଣା

ଟଳିଲା ବଡ଼ ବିପଦ । ଏୟାରପୋର୍ଟରେ ବିମାନ ଚକ ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତିଲା କାର୍ । ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ଼ ବେପରୁଆ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଏକ କାର୍ ଇଣ୍ଡିଗୋ ପ୍ଲେନ୍ ତଳେ ଆସିଯାଇଥିଲା । ଅବଶ୍ୟ ଏହି କାର ପ୍ଲେନ୍ ଚକ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି ଏବଂ ଏକ ବଡ଼ ଦୁର୍ଘଟଣା ହେବାରୁ ରକ୍ଷା ହୋଇଯାଇଛି ।

କୁହାଯାଉଛି ଯେ ଏହି କାର୍ ଗୋ ଫାର୍ଷ୍ଟ ଏୟାରଲାଇନର ଥିଲା । ଏହି ଘଟଣା ଏୟାରପୋର୍ଟର ଟି୨ ଟର୍ମିନାଲର ଷ୍ଟାଣ୍ଡ ନମ୍ବର ୨୦୧ ରେ ହୋଇଥିଲା । ଗୋ ଫାର୍ଷ୍ଟ ଏୟାରଲାଇନର କାର୍ ଇଣ୍ଡିଗୋ ଏ୩୨୦ନିଓ ଫ୍ଲାଇଟ୍ ତଳକୁ ଆସିଯାଇଥିଲା । ଡିଜିସିଏ ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ପରେ କାର୍ ଚାଳକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ କରାଯାଇଥିଲା, ସେ ମଦ୍ୟପାନ କରିଥିଲେ କି ନାହିଁ । ତେବେ ଟେଷ୍ଟ ନେଗେଟିଭ୍ ଆସିଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । କୌଣସି କ୍ଷତି ମଧ୍ୟ ହୋଇନାହିଁ । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ ଗୋ ଫାର୍ଷ୍ଟ କିମ୍ବା ଇଣ୍ଡିଗୋ ତରଫରୁ କୌଣସି ଉତ୍ତର ମିଳିନାହିଁ ।

Get real time updates directly on you device, subscribe now.