fbpx

(Video)ରାସ୍ତାରେ ଓଲଟି ପଡିଲା ଟଙ୍କା ଭର୍ତ୍ତି ଗାଡି, ବିଛାଡି ହୋଇପଡିଲା ୭କୋଟି ଟଙ୍କା

Advertisement

ହାଇଦ୍ରାବାଦ: ଶନିବାର ଆନ୍ଧ୍ରପ୍ରଦେଶରେ ପୁଣି ଥରେ ବହୁ ମାତ୍ରାରେ ନଗଦ ଟଙ୍କା ଜବତ କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଏନଟିଆର୍ ଜିଲ୍ଲାରେ ୮ କୋଟି ଟଙ୍କା ଜବତ କରାଯାଇଥିଲା । ଏହି ମାମଲା ରାଜ୍ୟର ପୂର୍ବ ଗୋଦାବରୀ ଜିଲ୍ଲାର ଯେଉଁଠି କାଡବୋର୍ଡ ବକ୍ସରେ ପ୍ରାୟ ୭ କୋଟି ଟଙ୍କା ଭର୍ତ୍ତି କରି ନିଆଯାଉଥିଲା । ନଲ୍ଲାଜର୍ଲା ମଣ୍ଡଳର ଅନନ୍ତପଲ୍ଲୀରେ ଏକ ଲରୀକୁ ଟକ୍କର ଦେଇ ଏକ ଟାଟା ଏସ୍ ଗାଡି ଓଲଟି ପଡିଥିଲା ଓ ଏହିଠାରୁ ଭେଦ ଖୋଲି ଯାଇଥିଲା ।

ସ୍ଥାନୀୟ ଲୋକମାନେ ଦେଖିଥିଲେ କି ସେହି ଗାଡିରେ ଅଖା ଭିତରେ ନଗଦ ଟଙ୍କା ଭର୍ତ୍ତି ୭ଗୋଟି କାର୍ଟୁନ ରହିଛି । ଏହା ଦେଖିବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଜବତ ରାଶି ପ୍ରାୟ ୭ କୋଟି ଥିବା ଜଣାଯାଇଛି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଗାଡିଟି ବିଜୟୱାଡାରୁ ବିଶାଖାପାଟନମ୍ ଆଡକୁ ଯାଉଥିଲା । ତେବେ ଏହି ଦୁର୍ଘଟଣାରେ ଟାଟା ଏସ୍ ଚାଳକ ଆହତ ହୋଇଛନ୍ତି ଓ ତାଙ୍କୁ ଚିକିତ୍ସା ଲାଗି ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ମଧ୍ୟ ଶୁକ୍ରବାର ଆନ୍ଧ୍ରପ୍ରଦେଶ ଏନଟିଆର୍ ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଥିଲା । ପୋଲିସ୍ ଏଠାରେ ଚେକିଂ ସମୟରେ ପାଇପ୍ ଭର୍ତ୍ତି ଟ୍ରକ ମଧ୍ୟରୁ ୮କୋଟି ଟଙ୍କା ନଗଦ ରାଶି ଜବତ କରିଥିଲା ।

Get real time updates directly on you device, subscribe now.