fbpx

ସ୍ୱାମୀକୁ ଶିକ୍ଷା ଦେବା ପାଇଁ ଚାଲି ଚାଲି ଓଡିଶାରୁ ବିହାରରେ ପହଞ୍ଚିଲେ ପ୍ରତାରଣା ପାଇଥିବା ମହିଳା

ବିହାର : ପ୍ରେମରେ ବିଫଳ ହେବା ପରେ ନିଜ ସ୍ୱାମୀଙ୍କୁ ଶିକ୍ଷା ଦେବା ପାଇଁ ଜଣେ ମହିଳା ଓଡିଶାରୁ ବିହାରର ଜାମୁଇରେ ପହଞ୍ଚିଥିଲେ । ଏହା ପରେ ସେ ଚାକାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ନ ଶୁଣିବାରୁ ସେ ଏସପିଙ୍କୁ ଫୋନ କରିଥିଲେ ଏବଂ ତାଙ୍କ କଷ୍ଟ ଜଣାଇଥିଲେ । ଏବେ ଏସପିଙ୍କ ଆଦେଶ ପାଇବା ପରେ ଏହି ଘଟଣାର ତଦନ୍ତ କରୁଛି ପୋଲିସ । ହଜାରେ କିଲୋମିଟର ଦୂର ଚାଲିକି ମହିଳା ଜଣଙ୍କ ଓଡିଶାରୁ ବିହାରରେ ପହଞ୍ଚଥିଲେ । ତେବେ ମହିଳାଙ୍କ କହିବା ଅନୁସାରେ ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ କରିଥିଲେ ।

ଏହା ପରେ ତାଙ୍କୁ ବିବାହ କରିଥିଲେ , ପରେ ତାଙ୍କୁ ଛାଡି ନିଜ ଗାଁକୁ ପଳାଇଥିଲେ । ଏବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଶିକ୍ଷା ଦେବାକୁ ଏପରି କରିଛନ୍ତି । ସୂଚନା ଅନୁସାରେ ଜାମୁଇର ବଟପାର ଗାଁରେ ରହୁଥିବା ରୋସନ କୁମାର ସିହ୍ନା ଓଡିଶାରେ ରହୁଥିବା ବାସୁମତିଙ୍କ ସହ ବାଙ୍ଗାଲୋରରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଦେଖା ହୋଇଥିଲେ । ବାସୁମତି ତାଙ୍କର ଏକ ସାଙ୍ଗ ସାଙ୍ଗରେ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ ଏବଂ ସେଠାରେ ରୋସନ ତାଙ୍କର ଜଣେ ବନ୍ଧୁଙ୍କ ସହ ରହୁଥିଲେ । ଗୋଟିଏ କମ୍ପାନୀରେ କାମ କରୁଥିବାରୁ ତାଙ୍କର ଦେଖା ସବୁବେଳେ ହେଉଥିଲା । ଏହା ପରେ ସେମାନେ କଥା ହୋଇଥିଲେ ପରେ ଉଭୟ ଭଲ ପାଇଥିଲେ । ଗୋଟିଏ ଦିନ ରୋସଙ୍କ ସହ ତାଙ୍କ ବନ୍ଧଙ୍କର ଝଗଡା ହୋଇଥିଲା ଯାହା ଫଳରେ ସେ ରୋସନକୁ ଘରୁ ବାହାରକୁ ବାହାର କରିଥିଲେ । ରୋସନ ଏହି କଥା ବାସୁମତିଙ୍କୁ କହିଥିଲେ ।

ଯାହା ଫଳରେ ବାସୁମତି ତାଙ୍କୁ ୧୫ ଦିନ ସାଙ୍ଗରେ ରଖିଥିଲେ । ପ୍ରଥମେ ବାସୁମତି ତାଙ୍କୁ ରଖିବାକୁ ମନା କରିଥିଲେ କିନ୍ତୁ ରୋସନ ଜିଦି କରିବାରୁ ତାଙ୍କୁ ରଖିଥିଲେ । ସେମାନେ ଗୋଟିଏ ସ୍ଥାନରେ ଏକାଠି ରହୁଥିବାରୁ ଲୋକମାନେ ସେମାନଙ୍କ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କଲେ । ଏହା ପରେ ଦୁଇଜଣ ବିବାହ କରିଥିଲେ । ସେ ୨୦୧୬ରେ ବିବାହ କରିଥିଲେ । ହଠାତ ୨୩ ସେପ୍ଟେମ୍ବର ୨୦୨୩ରେ ରୋସନ ବାସୁମତିଙ୍କୁ ଛାଡି ନିଜ ଗାଁକୁ ପଳାଇଥିଲେ । ଗାଁକୁ ଯିବା ପରେ ରୋସନ କହିଥିଲେ ସେ ଆଉ ଫେରିବେ ନାହିଁ । ଏହା ଛଡା ବାସୁମତି କହିଛନ୍ତି ସେ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ । ଏହା ଛଡା ମହିଳାଙ୍କ ସ୍ୱାମୀ ତାଙ୍କ ଠାରୁ ଘର କରିବା ନାଁରେ ଅନେକ ଟଙ୍କା ମଧ୍ୟ ନେଇଛି । ଦୁଇଜଣଙ୍କ ନାରେ ଏବେ ମଧ୍ୟ ଲୋନ ଚାଲିଛି । ଯାହାକୁ ସୁଝିବା ବାସୁମତିଙ୍କ ପାଖରେ କଷ୍ଟକର । ଏଥି ପାଇଁ ମହିଳା ଜଣଙ୍କ ପୋଲିସଠାରୁ ନ୍ୟାୟ ଆଶା କରୁଛନ୍ତି ।

Get real time updates directly on you device, subscribe now.