ସ୍କୁଲ ଶୌଚାଳୟରେ ୮ ବର୍ଷର ଝିଅକୁ ରେପ୍ କରୁଥିଲା ତୃତୀୟ ଶ୍ରେଣୀ ଛାତ୍ର, ସାହାଯ୍ୟ କରୁଥିଲା ଝିଅ ସାଙ୍ଗ

ଓଃ କି ଯୁଗ ହେଲା... ଜନ୍ମ ହେଉ ହେଉ ଅପରାଧରେ ଲିପ୍ତ।

ମହାରାଷ୍ଟ୍ର: କଥାଟି ଶୁଣିଲେ ଆପଣ ବି ଚକିତ ହୋଇଯିବେ। କାରଣ ପ୍ରତ୍ୟେକ ଦିନ ରେପ୍ କେସ୍ ଅନେକ ସାମ୍ନାକୁ ଆସୁଛି। ହେଲେ କେବେ ଶୁଣିଛନ୍ତି ଜଣେ ତୃତୀୟ ଶ୍ରେଣୀର ନାବାଳକ ପୁଅ ଦୁଷ୍କର୍ମ କରିବା ଘଟଣା।

ହଁ ଆଜ୍ଞା ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ର ସେହି ସ୍କୁଲର ଟଏଲେଟରେ ଜଣେ ୮ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଆଉ ଏଥିରେ ନାବାଳକର ସାଙ୍ଗ ମଧ୍ୟ ତାକୁ ସାହାଯ୍ୟ କରିଛି।

ଘଟଣାଟି ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରୁ ଆସିଛି। ଯେଉଁଠାରେ ଜଣେ ନଅ ବର୍ଷର ବାଳକ ତାଙ୍କ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ ଝିଅର ସହାୟତାରେ ତାଙ୍କ ସ୍କୁଲର ଶୌଚାଳୟରେ ଜଣେ ନାବାଳିକା ସହପାଠୀଙ୍କୁ ଯୌନ ନିର୍ଯାତନା ଦେଇଥିଲା।

ପୋଲିସ ଅଭିଯୁକ୍ତ ବାଳକ ଏବଂ ଅପରାଧରେ ସହାୟତା କରିଥିବା ନଅ ବର୍ଷର ଝିଅକୁ ହେପାଜତକୁ ନେଇ ଏକ ବାଳ ସୁଧାର ଗୃହକୁ ପଠାଇ ଦେଇଛି।

ଉଭୟ ଅଭିଯୁକ୍ତ ତୃତୀୟ ଶ୍ରେଣୀର: ପୋଲିସ କହିଛି ଯେ ଆଠ ବର୍ଷର ପୀଡିତା ଏବଂ ଦୁଇ ଅଭିଯୁକ୍ତ ବବୁଲଗାଓଁ ସହରର ଜିଲ୍ଲା ପରିଷଦ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ନ୍ତି।

ପୋଲିସର ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ପୀଡିତା ତାଙ୍କ ଗୁପ୍ତାଙ୍ଗରେ ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହା ପରେ ତାଙ୍କ ମାଆ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ।

ଯୌନାଙ୍ଗରେ ଆଘାତ: ଆଉ ହସ୍ପିଟାଲର ଡାକ୍ତରମାନେ ପୀଡିତାଙ୍କ ଗୁପ୍ତାଙ୍ଗରେ ଆଘାତ ଚିହ୍ନ ପାଇଲେ। ପରେ ପୀଡିତାଙ୍କ ମାଆ ଥାନାରେ ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ଝିଅ କହିଛି ଯେ ତାଙ୍କ ଶ୍ରେଣୀର ଜଣେ ପୁଅ ଅନ୍ୟ ଝିଅଙ୍କ ସହାୟତାରେ ସ୍କୁଲ ଶୌଚାଳୟରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା।

POCSO ଆଇନ ଅନୁଯାୟୀ ମାମଲା ରୁଜୁ: ପୋଲିସ କହିଛି ପୀଡିତାଙ୍କ ମାଆ ଅଗଷ୍ଟ ୯ ତାରିଖରେ ପୁଅ ଏବଂ ଝିଅ ବିରୁଦ୍ଧରେ ଅଭିଯୋଗ କରିଥିଲେ ଏବଂ ପରେ ଭାରତୀୟ ଫୌଜଦାରୀ ସଂହିତା ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

ଉଭୟ ଅଭିଯୁକ୍ତଙ୍କୁ ସୁଧାର ଗୃହକୁ ପଠାଯାଇଛି: ୟବତମାଲ ପୋଲିସ ଅଧିକ୍ଷକ କୁମାର ଚିନ୍ତା କହିଛନ୍ତି ଯେ ପୋଲିସ ବାବୁଲଗାଓଁରେ ଜଣେ ନଅ ବର୍ଷର ବାଳକ ଜଣେ ଆଠ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ପାଇଥିଲା।

ଏହାସହ ଅନ୍ୟ ଜଣେ ନଅ ବର୍ଷର ବାଳିକା ଏହି ଅପରାଧରେ ପୁଅକୁ ସାହାଯ୍ୟ କରିଥିଲା। ପରେ ଉଭୟ ଅଭିଯୁକ୍ତ ପିଲାଙ୍କୁ ସୁଧାର ଗୃହକୁ ପଠାଯାଇଛି।