fbpx

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ କିରାଣୀ, ଗିରଫ କଲା କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ 

Advertisement

କେନ୍ଦ୍ରାପଡ଼ା : ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ପଟାମୁଣ୍ଡାଇ ତହସିଲର ମୁଖ୍ୟ କିରାଣୀ । ଜମିପଟ୍ଟାର ଜାଲ ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲ ଅଫିସର ମୁଖ୍ୟ କିରାଣୀ ଜନ ୱିଲିୟମ ବରାଳଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ ଗିରଫ କରିଛି ।

ଖବର ଅନୁସାରେ, ପଟ୍ଟାମୁଣ୍ଡାଇ ତହସିଲ ଅର୍ନ୍ତଗତ କଷଣଅଣ୍ଟା ଗ୍ରାମର ଜଣେ ଗ୍ରାମବସୀଙ୍କ ଜମିର ପଟ୍ଟା ବାହାର କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲ ଯାଇ ଆବେଦନ କରିଥିଲେ । ସେଠାରେ ଅଫିସ କର୍ମଚାରୀଙ୍କୁ ଶିଘ୍ର ପଟ୍ଟା ବାହାର କରିଦେବାକୁ ଅନୁରୋଧ କରିଥିଲେ । ତେବେ ଏହି ଅଫିସର ମୁଖ୍ୟ କିରାଣୀ ଜନ ୱିଲିୟମ ବରାଳ ତାଙ୍କୁ ୧୦ ହଜାର ଟଙ୍କା ଦେଲେ ପଟ୍ଟା ବାହାରିବ ବୋଲି କହିଥିଲେ । ପରେ ସେହି ବ୍ୟକ୍ତି ଅନୁରୋଧ କରିବା ପରେ ମଧ୍ୟ ମୁଖ୍ୟ କିରାଣୀ ତାଙ୍କୁ ୧୦ହଜାର ଟଙ୍କା ଦେବାକୁ ଦାବି କରିଥିଲେ ।

ଏନେଇ ସେ ବ୍ୟକ୍ତି କେନ୍ଦ୍ରାପଡା ଭିଜିଲାନ୍ସ ଅଫିସକୁ ଆସି ଅଭିଯୋଗ କରିଥିଲେ । ଏହାପରେ ସମସ୍ତ ଯୋଜନା ମୁତାବକ ଅଭିଯୋଗକାରୀ ୧୦ ହଜାର ନେଇଥିଲେ । ପରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ମୁଖ୍ୟ କିରାଣୀଙ୍କୁ ଟଙ୍କା ଦେଇଥିଲେ । ଠିକ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ମୁଖ୍ୟ କିରାଣୀଙ୍କୁ ଧରିବା କରିବା ସହ ଟଙ୍କା ଜବତ୍ କରି ତାଙ୍କୁ ଗିରଫ କରିଥିଲେ । ଏହି ଗିରଫ ହେବା ପୂର୍ବରୁ ପଟ୍ଟାମୁଣ୍ଡାଇ ତହସିଲର ମୁଖ୍ୟ କିରାଣୀ ଜନ ୱିଲିୟମ ବରାଳଙ୍କ ବିରୋଧରେ କଟକ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯାଇଛି । ଏଥିସହ ତାଙ୍କ କଟକ ସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଏହି ଅଭିଯୋଗରେ ଦୋଷୀଙ୍କୁ କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.