fbpx
BJD SKY
BJD SKY

Video: ଅଚାନକ ସହରକୁ ପଶିଆସିଲା କୁମ୍ଭୀର, ଲୋକେ ଦେଖି ଭୟଭୀତ

BJD

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ କୁମ୍ଭୀରର ଏକ ଭିଡିଓ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ କୁମ୍ଭୀର ରାସ୍ତା ପାରି କରିବାର ଦେଖାଯାଉଛି । ସହର ମଧ୍ୟକୁ ହଠାତ ଏପରି ପଶିଆସିବା ଲୋକଙ୍କୁ ଭୟଭୀତ କରିଦେଇଛି । କେହି ମଧ୍ୟ ଭାବିନଥିଲେ ଯେ, ତାଙ୍କ ଘର ପାଖେ ଏହି ଭୟାନକ ଜୀବ ଦେଖାଯିବ ବୋଲି । ଏହି ଘଟଣାଟି ଆମେରିକାର ଫ୍ଲୋରିଡାରେ ଘଟିଛି ।

ସୂଚନା ଅନୁଯାୟୀ, ଫ୍ଲୋରିଡାର ଜଙ୍ଗଲ ଅଞ୍ଚଳରେ ୧୦ ଫୁଟ ଲମ୍ବାର ଏକ କୁମ୍ଭୀର ଅଚାନକ ଲୋକମାନଙ୍କ ଚଳପ୍ରଚଳ ଅଂଚଳକୁ ପଶିଆସିଥିଲା । ଫେସବୁକରେ ପାଣିପାଗ ବିଜ୍ଞାନୀ ଡେଭିଡ୍ ଏହାର ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଏକ କୁମ୍ଭୀର ରାସ୍ତା ଉପରେ ବୁଲୁଥିବାର ନଜର ଆସିଛି । ଯେଉଁଥିରେ ଲୋକ ଏହାକୁ ଦେଖି ଡରି ଯାଉଛନ୍ତି । ଯେଉଁ ପୋଷ୍ଟରେ ମହିଳାମାନେ ଅନେକ ପ୍ରକାର କମେଣ୍ଟ କରୁଛନ୍ତି ।

ଏହା ଫ୍ଲୋରିଡାର ପ୍ରଥମ ଘଟଣା ନୁହେଁ ଯେ, ଏହା ପୂର୍ବରୁ ୨୦୨୦ରେ ଏକ ୪୫୭ କିଲୋର କୁମ୍ଭୀର ଦେଖାଯାଇଥିଲା ଏବଂ ଏହାର ଲମ୍ବା ୧୩ ଫୁଟ୍ ରୁ ଅଧିକ ଥିଲା । ଏହାକୁ ବନ ବିଭାଗର ଟିମ ରେସ୍କ୍ୟୁ କରିଥିଲା । ତେବେ ଏହି ସହର ପାଖେ ଏକ ବଡ ନଦୀ ଅଛି । କୁହାଯାଉଛି ଯେ, ଏଥିରେ ବହୁ ସଂଖ୍ୟାରେ କୁମ୍ଭୀର ରହୁଛନ୍ତି । ସେଥିପାଇଁ ଏଠାରେ କୁମ୍ଭୀର ମାନଙ୍କୁ ରେସ୍କ୍ୟୁ କରିବା ପାଇଁ ଅନେକ ଟିମ ରହୁଛନ୍ତି ।

Get real time updates directly on you device, subscribe now.