fbpx
BJD SKY
BJD SKY

ଡାଉନ ହେଲା ଗୁଗୁଲ ସର୍ଭିସ, ଚିନ୍ତାରେ ପଡିଲେ ଲକ୍ଷ ଲକ୍ଷ ୟୁଜର୍ସ

BJD

ନୂଆଦିଲ୍ଲୀ: ଗୁଗୁଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଗୁଗୁଲ ସର୍ଭିସ ଡାଉନ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ୟୁଜର୍ସ ଗୁଗୁଲ ୟୁଟ୍ୟୁବକୁ ଆକ୍ସେସ କରିପାରୁନାହାନ୍ତି । ଏନେଇ ଲକ୍ଷ ଲକ୍ଷ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ ସକାଳ ୧୧.୨୨ରୁ ଗୁଗୁଲ ସର୍ଭିସ ଡାଉନ ହୋଇଯାଇଛି । ଅଧିକଂଶ ଲୋକେ ଗୁଗୁଲକୁ ବ୍ୟବହାର କରୁିଥିବାରୁ ସେମାନଙ୍କ କାମ ବର୍ତ୍ତମାନ ବନ୍ଦ ହୋଇଯାଇଛି । ଏନେଇ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପୋଷ୍ଟ କରି ନିଜ ଦୁଃଖ ପ୍ରକାଶ କରୁଛନ୍ତି ।

ଗୁଗୁଲର ଡାଉନ ପାଇଁ ୟୁଜର୍ସମାନେ ଗୁଗୁଲ ଏବଂ ୟୁଟ୍ୟୁବ ବ୍ୟବହାର କରିପାରୁନାହାନ୍ତି । ସେଥିପାଇଁ ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି । ତେବେ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ଯେ, କେତେବେଳେ ଗୁଗୁଲ ସର୍ଭିସ କାମ କରିବ ।

Get real time updates directly on you device, subscribe now.