fbpx

ଭିଡିଓ: ‘ଶତ୍ରୁ’ ଙ୍କ ପାଇଁ କଙ୍ଗନା ରାନାୱତଙ୍କ ହୃଦୟ ତରଳିଲା, ଜନ୍ମଦିନରେ କ୍ଷମା ମାଗି କହିଲା – ଯଦି ତୁମେ ଆଘାତ ପାଇଛ ….

ମୁମ୍ବାଇ : ୨୩ ମାର୍ଚ୍ଚ ଅର୍ଥାତ୍ ଆଜି ହେଉଛି କଙ୍ଗନା ରାନାୱତଙ୍କ ଜନ୍ମଦିନ । ଏହି ଅବସରରେ ସେ ଏକ ଭିଡିଓ ସେୟାର କରିଛନ୍ତି। ସେ ଏଥିରେ ବହୁତ ଭଲ କଥା କହୁଥିବା ଶୁଣିବାକ୍‌ୁ ମିଳିଛି । କଙ୍ଗନା ଅନେକ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ତାଙ୍କ ଶତ୍ରୁମାନଙ୍କୁ ଧନ୍ୟବାଦ ଜଣାଇବା ସହ କ୍ଷମା ମାଗିଛନ୍ତି। କଙ୍ଗନା ତାଙ୍କ ଭଲ ଜୀବନ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଭିଡିଓରେ ଲୋକମାନେ କଙ୍ଗନାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ଜନ୍ମଦିନ ଅବସରରେ କଙ୍ଗନା ରାନାୱତ ତାଙ୍କ ପ୍ରିୟ ଲୋକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସବୁଜ ଶାଢୀରେ ଏବଂ ସୁନା ଅଳଙ୍କାରରେ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଛି । ସେ କହିଛନ୍ତି ଯେ, ମୋର ଜନ୍ମଦିନ ଅବସରରେ ମୁଁ ମୋର ପିତାମାତାଙ୍କୁ କୃତଜ୍ଞତା ଜଣାଇବାକୁ ଚାହେଁ । ମୋର ପିତାମାତା, ମୋର କୁଲଦେବୀ ମା ଅମ୍ବିକାଜୀ ଯିଏ ମୋତେ ଜନ୍ମ ଦେଇଥିଲେ । ମୋର ସମସ୍ତ ଗୁରୁ ବିଶେଷ କରି ମୋର ଆଧ୍ୟାତ୍ମିକ ଗୁରୁ, ସାଧୁଗୁରୁ, ମୋର ସମସ୍ତ ପ୍ରଶଂସକ, ଶୁଭେଚ୍ଛୁ, ଯେଉଁମାନେ ମୋ ସହ କାମ କରନ୍ତି, ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ ।

 

View this post on Instagram

 

A post shared by Kangana Ranaut (@kanganaranaut)

କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଶତ୍ରୁ ଯିଏ ମୋତେ କେବେ ଆରାମ କରିବାକୁ ଦିଅନ୍ତି ନାହିଁ , ମୁଁ ଯେତେ ସଫଳତା ପାଇଲେ ମଧ୍ୟ ମୋତେ ସର୍ବଦା ସଫଳତାର ପଥରେ ପ୍ରସ୍ତୁତ ରଖନ୍ତି । ମୋତେ ଲଢେଇ ଓ ସଂଘର୍ଷ କରିବାକୁ ଶିଖାଇଲେ, ମୁଁ ସେମାନଙ୍କ ପାଖରେ ସର୍ବଦା କୃତଜ୍ଞ ରହିବ । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଯଦି ମୁଁ ଦେଶର ସ୍ୱାର୍ଥରେ କାହାକୁ କିଛି କହିଛି ଏବଂ ସେମାନେ ଆଘାତ ପାଇଛନ୍ତି, ମୁଁ ମଧ୍ୟ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଶ୍ରୀକୃଷ୍ଣଙ୍କ କୃପାରୁ ମୁଁ ବହୁତ ଭାଗ୍ୟବାନ ଜୀବନ ପାଇଛି । ମୋର ହୃଦୟରେ ସମସ୍ତଙ୍କ ପ୍ରତି ମୋର କେବଳ ସ୍ନେହ ଏବଂ ଭଲ ଚିନ୍ତାଧାରା ଅଛି । କାହା ପାଇଁ କୌଣସି ଅସୁବିଧା ନାହିଁ । ଏହି ଭିଡିଓରେ ଅନେକ ପ୍ରଂଶସକ କଙ୍ଗନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟ କିଛି ଲୋକ ଲେଖିଛନ୍ତି ଯେ ଶତ୍ରୁମାନଙ୍କ ନାମ ଉଲ୍ଲେଖ କରାଯିବା ଉଚିତ ।

Get real time updates directly on you device, subscribe now.