ନୂଆଦିଲ୍ଲୀ: ବାସ୍, ଆଉ ମାତ୍ର ୨୮ ବର୍ଷ । ଅର୍ଥାତ୍ ୨୦୫୦ ଭିତରେ କିଛି ରାଜ୍ୟର ରାସ୍ତାଘାଟ ତରଳିଯିବ । ବୋଧହୁଏ ଏହି ଦିନ ବି ଦେଖିବା ପର୍ଯ୍ୟନ୍ତ ଏଠାକାର ସଡକ ସଠିକ ନଥିବ । ରାସ୍ତାଘାଟ ସହିତ ପାଣି ବି ଶୁଖିଯାଇ ପାରେ ବୋଲି ଅନଚୁମାନ କରାଯାଉଛି । ଏମିତି କିଛି ଭବିଷ୍ୟବାଣୀ ଏବେ ଶୁଣିବାକୁ ମିଳୁଛି । ତେବେ ଏ କଥା କେହି ନିଶାରେ କିମ୍ବା ଏମିତି କହି ଦେଇ ନାହାନ୍ତି । ବୈଜ୍ଞାନିକ କାରଣ ସହିତ ଏହି ରିପୋର୍ଟ ଦିଆଯାଇଛି । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଛି ।
ଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ରାସ୍ତାଘାଟ ଖୁବୀଘ୍ର ଖରାପ ହେବାକୁ ଯାଉଛି । ରାସ୍ତାଘାଟ ନଷ୍ଟ ହୋଇଯିବା ସହ ଏଠାକାର ପାଣି ଶୁଖିଯିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଦିନ ଦେକିବା ପାଇଁ ଆଉ ବେଶୀ ଦିନ ବାକି ନାହିଁ । ଆସନ୍ତା ୨୮ ବର୍ଷ ଅର୍ଥାତ ୨୦୫୦ ଭିତରେ ଏହି ରାଜ୍ୟଗୁଡିକରେ ଏମିତି ଭୟଙ୍କର ବିପଦ ମାଡି ଆସିବ ବୋଲି ଅନୁମାନ କରାଯାଉଛି । ତେବେ ଏମିତି ପରିସ୍ଥିତି ପାଇଁ ଏହି ମଣିଷ ଜାତି ହିଁ ଦାୟୀ ରହିବ । ବିଭିନ୍ନ କାରଣରୁ ମଣିଷ ଜାତି ପାଇଁ ବ୍ୟାପୁଥିବା ପ୍ରଦୂଷଣ ଗ୍ଲୋବାଲ ୱାର୍ମିଙ୍ଗ ଦିନେ ଏସବୁ ପ୍ରକାର ବିପତ୍ତିକୁ ଡାକି ଆଣିବ । ପ୍ରଦୂଷଣ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଏବଂ ଏଥିରୁ ବଢୁଛି ଗ୍ଲୋବାଲ ୱାର୍ମିଙ୍ଗ । ଯାହା ଏକ ମହାବିପଦର କାରଣ ପାଲଟିବ ।
ତାପମାତ୍ରା ବୃଦ୍ଧିକୁ ରୋକା ନଗଲେ ରାଜସ୍ଥାନ, ୟୁପି ଏବଂ ଗୁଜୁରାଟରେ ଭୟଙ୍କର ଗରମର ସାମନା କରିବାକୁ ପଡିପାରେ । ଅର୍ଥାତ ପବନର ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ପାଇବ । ଏପରିକି ତାପମାତ୍ରା ୫୧ ଡିଗ୍ରୀ ସେଲସିୟସ ଉପରକୁ ମଧ୍ୟ ଯାଇପାରେ ବୋଲି କୁହାଯାଉଛି । ଏକ ଦଶନ୍ଧିର ତାପମାତ୍ରାର ଡାଟା, ଜଳବାୟୁ, ଜନସଂଖ୍ୟା, ଆର୍ଥିକ ବିକାଶ ଏବଂ କାର୍ବନ ଇଣ୍ଟରସିଟିର ଡାଟା ବିଶ୍ଳେଷଣ କରିଥିଲେ ବରଗାସ ଜେପେଟେଲୋ ଏବଂ ତାଙ୍କର ଟିମ୍ । ଅନୁଧ୍ୟାନ ପରେ ୨୦୫୦ ଏବଂ ୨୧୦୦ ମସିହା ପର୍ଯ୍ୟନ୍ତ ସେମାନେ ଏପରି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ।