fbpx

Automatic Car ଟାଣି ଆଣିଲା ମୃତ୍ୟୁ: ରିପ୍ୟାରିଙ୍ଗ କରିବା ବେଳେ ଘଟିଲା ଏମିତି ଘଟଣା, ତା’ପରେ…

ନୂଆଦିଲ୍ଲୀ: ଜୀବନର ପ୍ରତ୍ୟେକ ଦିନରେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଥାଏ । ଅନେକ ସମୟରେ ଏଭଳି ଦୁର୍ଘଟଣାରେ କିଛି ଲୋକ ପ୍ରାଣ ହରାଇ ଦିଅନ୍ତି ତ ଆଉ କିଛି ସ୍ଥାନରେ ଭାଗ୍ୟପୂର୍ବକ ସେମାନେ ମୃତ୍ୟୁମୁଖରୁ ଫେରି ଆସନ୍ତି । କିନ୍ତୁ ଯାହା ସହ ଏମିତି ଘଟିଛି ସେହି ବ୍ୟକ୍ତି ହିଁ ବୁଝି ପାରିବେ ଦୁର୍ଘଟଣାର ପ୍ରକୃତ ରୂପ । ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଟୋମେଟିକ କାର ରିପ୍ୟାରିଙ୍ଗ କରିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ବଡ ଦୁର୍ଘଟଣାର ସାମନା କରିବାକୁ ପଡିଛି ।

ଆଜିକାଲି ପ୍ରତ୍ୟେକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଉଛି । ଏବେ ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାଙ୍କ ପାଇଁ କାଳ ସାଜିଛି ତାଙ୍କ ଅଟୋମେଟିକ କାର । ଗାଡି ସଜାଡିବା ସମୟରେ ସେ ଏକ ଭୟାନକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘର ସାମନାରେ ଅଟୋମେଟିକ କାରକୁ ମରାମତି କରୁଥିଲେ ଏହି ବ୍ୟକ୍ତି । ଭିଡିଓରେ ଦେକିବାକୁ ମିଳିଛି ଯେ, ଏହି ବ୍ୟକ୍ତି କାର୍ ବୋନଟ ଖୋଲି ଡ୍ରାଇଭର ସିଟକୁ ଆସିଥିଲେ । ଏଠାରେ କିଛି ସମୟ ଚେକିଂ କରିବା ପରେ ପୁଣିଥରେ ପୋନଟ ସାମନାରେ କିଛି ମରାମତି କରୁଥିଲେ । କିନ୍ତୁ ଏହି ଟାଇମରେ ଘଟିଯାଇଛି ଅଘଟଣ ।

ଅଚାନକ ଗାଡିଟି ଷ୍ଟାର୍ଟ ହୋଇଯିବା ସହ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ଫଳରେ ଉଭୟ ଗାଡି ଏବଂ ସେହି ବ୍ୟକ୍ତି ଜଣକ ଆଗରେ ଥିବା ଷ୍ଟିଲ ଶଟରରେ ପିଟି ହୋଇଯାଇଛନ୍ତି । ଏହାପରେ ଗାଡି ଏବଂ ଶଟର ମଝିରେ ଚାପି ହୋଇଯାଇଛନ୍ତି ସେହି ବ୍ୟକ୍ତି ଜଣକ । ଏହି ଘଟଣା ଦେଖି ପାଖରେ ଥିବା ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଜଣେ ମହିଳା କାର ସିଟରେ ବସି ଗାଡିକୁ ପଛକୁ ଆଣିବା ପାଇଁ ଚେଷ୍ଟା କରିଥିବା ବେଳେ ସେ ଏଥିରେ ବିଫଳ ହୋଇଛନ୍ତି ।

ଏହି ଭିଡିଓ ଦେଖିଲେ ଜଣାପଡୁଛି ବ୍ୟକ୍ତି ଜଣକ ଗୁରୁତର ଭାବେ ଆହତ ହୋଇଥିବେ । ଗାଡି ଏବଂ ଶଟର ଭିତରୁ ତାଙ୍କର ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ଭୟାନକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କେଉଁଠିକାର ତାହା ଜଣାପଡିନଥିବା ବେଳେ ଏହାକୁ ଦେଖି ଅନେକ ଲୋକ ଚିନ୍ତା ଜାହିର କରିଛନ୍ତି ।

Get real time updates directly on you device, subscribe now.