fbpx

ଅଧିକାଂଶ ମାମଲାରେ ସମ୍ପର୍କୀୟମାନେ ହିଁ ପିଲାଙ୍କୁ କରିଥାନ୍ତି ଯୌନଶୋଷଣ: ଜାଣନ୍ତୁ କିପରି କରାଇବେ ସାବଧାନ୍

ନୂଆଦିଲ୍ଲୀ: ପିଲା ଜନ୍ମ ହେବା ମାତ୍ରେ ପିତାମାତା ସେମାନଙ୍କ ସମସ୍ତ ପ୍ରକାର ଜ୍ଞାନ ଦିଅନ୍ତି । ଚାଲିବା, ବୁଲିବା ଓ କହିବା ଆଦିର ଶିକ୍ଷା ଦିଅନ୍ତି । ଏହା ସହ ସୁରକ୍ଷା ପାଇଁ ମଧ୍ୟ କେତେକ ଶିକ୍ଷା ଦେଇଥାନ୍ତି । ସେମାନଙ୍କୁ ନାମ, ଠିକଣା, ଫୋନ୍ ନମ୍ବର କିମ୍ବା ଦେଖିକରି ରାସ୍ତା ପାର ହେବା ଆଦି ବିଷୟରେ ପିତାମାତା ମାନେ ହିଁ କହିଥାନ୍ତି । କିନ୍ତୁ ଶରୀର ସୁରକ୍ଷା କଥା ଯେବେ ସାମ୍ନାକୁ ଆସେ, ସେବେ ପିତାମାତାଙ୍କ ଧ୍ୟାନ ସେତେବେଳେ ସେହି ଦିଗକୁ ଯାଏ, ଯେତେବେଳେ ବହୁତ ବିଳମ୍ବ ହୋଇଯାଏ । ରୋଗ ନିୟନ୍ତ୍ରଣ କେନ୍ଦ୍ରର ଏକ ରିପୋର୍ଟ ଅନୁଯାୟୀ, ୬ ଜଣ ଜଣେ ବାଳକ ଓ ୪ରୁ ଜଣେ ବାଳିକା ୧୮ ବର୍ଷ ବୟସ ପୂର୍ବରୁ ଯୌନଶୋଷଣର ଶିକାର ହେଉଛନ୍ତି । ଏହା ଯେକୌଣସି ଶିଶୁ ସହିତ ଘଟିଥାଏ ଏବଂ ଅଧିକାଂଶ ମାମଲାରେ ସମ୍ପର୍କୀୟମାନେ ହିଁ ଏପରି କରିଥାନ୍ତି । ପିଲାଦିନରେ ଯୌନ ଶୋଷଣର ଶିକାର ହେବା ପିଲାମାନଙ୍କ ଉପରେ ଏହା ସାରାଜୀବନ ପ୍ରଭାବ ପକାଇପାରେ । ତେଣୁ ଏଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଭୟ ଯୋଗୁଁ ପିଲାମାନେ ଚୁପ୍ ରୁହନ୍ତି:-
ଯୌନ ଶୋଷଣର ଶିକାର ହୋଇଥିବା ପିଲାମାନେ ଅଧିକାଂଶ କ୍ଷେତ୍ରରେ ଭୟ କାରଣରୁ ଚୁପ୍ ରୁହନ୍ତି । ବେଳେବେଳେ ସେମାନଙ୍କର ପିତାମାତାଙ୍କ ସହିତ କମ୍ୟୁନିକେସନ କମ୍ ହୋଇଥାଏ ଏବଂ ସେମାନେ ସେହି ମାମଲାରେ ଅଧିକ ଫସିଯାଆନ୍ତି । ଏହା ସମଗ୍ର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । କ୍ଲିନିକାଲ୍ ଟ୍ରାମା ବିଶେଷଜ୍ଞ ତଥା ଶିକ୍ଷାବିତ୍ ଲେକ୍ସି କୋଷ୍ଟର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ପିଲାମାନଙ୍କୁ ଶିକ୍ଷିତ କରିବାର ଉପାୟ କହିଛନ୍ତି ।

କାହିଁକି ସିକ୍ରେଟ୍ ରଖିବା ଠିକ୍ ନୁହେଁ ବୋଲି ପିଲାଙ୍କୁ ବୁଝାନ୍ତୁ:-

ଯଦି କେହି ତାଙ୍କୁ କିଛି ସିକ୍ରେଟ ରଖିିବାକୁ କହୁଛନ୍ତି, ଯେଉଁଥିରେ ପିଲାମାନେ ଚିନ୍ତିତ, ଦୁଃଖୀ ଓ ଅସୁରକ୍ଷିତ ଅନୁଭବ କରନ୍ତି, ତେବେ ତାହା ଠିକ୍ ନୁହେଁ ବୋଲି ପିଲାଙ୍କୁ କୁହନ୍ତୁ । ଛୁଆମାନଙ୍କୁ ସିକ୍ରେଟ ଓ ସରପ୍ରାଇଜ୍ ଭିତରେ ପାର୍ଥକ୍ୟ ଶିଖାନ୍ତୁ । ଅଧିକାଂଶ ଶୋଷଣ କରୁଥିବା ଲୋକେ ଛୁଆଙ୍କୁ ନିଜ କାରନାମା ସିକ୍ରେଟ ରଖିବାକୁ କହିଥାନ୍ତି । ପିଲାମାନେ ଠିକ୍ ଓ ଭୁଲକୁ ଚିହ୍ନଟ କରିପାରନ୍ତି ନାହିଁ ।

ଖରାପ ଫିଲିଗିଂସ୍ କ’ଣ କୁହନ୍ତି:-
ପିଲାମାନଙ୍କୁ ସୁରକ୍ଷିତ ଏବଂ ଅସୁରକ୍ଷିତ ଅନୁଭବ କରିବା ମଧ୍ୟରେ ପାର୍ଥକ୍ୟ କୁହନ୍ତୁ । ସେମାନଙ୍କୁ ଟ୍ରେନିଂ ଦିଅନ୍ତୁ କି, ଏପରି କୌଣସି କାମ ଯାହା ହାଟବିଟକୁ ବଢ଼ାଏ, କମ୍ପନ ଓ ଭଲ ଅନୁଭବ ନହୁଏ, ପେଟରେ ଗଡ଼ବଡ଼ ହେଲେ ଆପଣଙ୍କୁ ଦିଅନ୍ତୁ । ତାଙ୍କର ସମସ୍ତ ସମସ୍ୟା ଶୁଣିବାକୁ ଆପଣ ସବୁବେଳେ ପ୍ରସ୍ତୁତ ବୋଲି ସେମାନଙ୍କୁ ଅନୁଭବ କରାଅ । ସେମାନଙ୍କୁ ସେଫ୍ ଫିଲ୍ କରାଅ, ଯାହାଦ୍ୱାରା ସେମାନେ ନିଜର ସମସ୍ତ କଥା ଆପଣଙ୍କୁ କହିପାରିବେ ।

ଯଦି ପିଲାଟି ଶିକ୍ଷକ, ପରିବାର ସଦସ୍ୟ କିମ୍ବା ପଡ଼ୋଶୀ ସହିତ ଏକାକୀ ଖେଳୁଥାଏ, ତେବେ ହଠାତ୍ କିଛି ନ ଜଣାଇ ପହଞ୍ଚିଯାଅ । ବେଳେବେଳେ ବୟସ୍କମାନେ ଏକାକୀ ଥିବା ପିଲାମାନଙ୍କର କ୍ଷତି କରିଥାନ୍ତି । ହଠାତ୍ ପହଞ୍ଚି ଆପଣ ଏହି ବୟସ୍କମାନଙ୍କ ପ୍ରତିକ୍ରିୟାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ପିଲାମାନଙ୍କୁ ସମୟ ସମୟରେ ପଚାରନ୍ତୁ କି, କୌଣସି ଭୁଲ୍ କାମ ହୋଇଛି କି?
ଶିଶୁକୁ ଏକୁଟିଆ ଛାଡ ନାହିଁ ।

ଯଦି ପରିବାରରେ କୌଣସି ଆୟୋଜନ ହୁଏ କିମ୍ବା ପିଲାମାନେ ଖେଳିବାକୁ କୌ ଣସି ସ୍ଥାନକୁ ଯାଆନ୍ତି, ତେବେ ସେମାନଙ୍କ ଉପରେ ନଜର ରଖନ୍ତୁ । ସେମାନଙ୍କୁ ଏକୁଟିଆ ନ ଛାଡିବାକୁ ଚେଷ୍ଟା କରନ୍ତୁ, ସେମାନଙ୍କୁ ସାମ୍ନାରେ ଏବଂ ଚାରିପାଖରେ ଖେଳିବାକୁ କୁହନ୍ତୁ । ଅନ୍ୟମାନଙ୍କଠାରୁ କେତେ ଦୂରତା ଅବଲମ୍ବନ କରିବା ଉଚିତ୍, ତାହା ପିଲାମାନଙ୍କୁ ଶିଖାନ୍ତୁ । ପିଲାମାନଙ୍କୁ କାହାକୁ କିସ୍ ବା ଟଚ୍ କରିବାକୁ ମନା କରନ୍ତୁ ।

Get real time updates directly on you device, subscribe now.