fbpx

ମଣିଷ ପରି ହାତ ମୁହଁ ନେଇ ଜନ୍ମ ହେଲା ଛେଳି ଛୁଆ, ଦେଖିବା ପାଇଁ ଲମ୍ବା ଧାଡି

ଅନୁଗୁଳ: ଆଜି କାଲି ଦୁନିଆଁରେ ବିଭିନ୍ନ ପ୍ରକାରର ଅଜବ ଜନ୍ତୁଙ୍କୁ ଦେଖିବାକୁ ମିଳୁଛି। ଏହି ଭଳି ଏକ ଅଜବ ଜନ୍ତୁ ଦେଖିବାକୁ ମିଳିଛି । ଅନୁଗୁଳବ୍ଲକ ଟାଇଁସି ଗ୍ରାମର ନାଣ୍ଡୁ ପେଣ୍ଠେଇ ଙ୍କ ଘରେ ଗୋଟିଏ ଛେଳି ଏକ ବିଚିତ୍ର ଛୁଆ କୁ ଜନ୍ମ ଦେଇଛି । ଦେଖିବାକୁ ଗଲେ ଛେଳି ଛୁଆ ଟି ମଣିଷ ଛୁଆ ଭଳି ଦିଶୁଛି । ହାତ ଗୋଡ ମୁଣ୍ଡ ମଧ୍ୟ ରହିଛି ଆଉ ସେସବୁ ମଣିଷ ଭଳି ଦିଶୁଛି । ଏହି ଅଦ୍ଭୁତ ଜୀବ କୁ ଦେଖିବା ପାଇଁ ନାଣ୍ଡୁ ଘରେ ଗ୍ରାମ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିଥିଲା। ଲୋକ ମାନେ ଏହି ବିରଳ ଜନ୍ତୁ ଙ୍କୁ ଦେଖିବା ପାଇଁ ଲମ୍ବା ଧାଡି ଲଗେଇଥିଲେ ।

ସୂଚନାମୁତାବକ ଜନ୍ମ ବେଳେ ଛେଳି ଛୁଆଟି ବଞ୍ଚିଥିଲା। କିନ୍ତୁ ଜନ୍ମର କିଛି ସମୟ ପରେ ଛୁଆ ଟି ମରି ଯିବାରୁ ଘର ଲୋକେ ତାକୁ ପୋତି ଦେଇଥିଲେ। ତେବେ ଏହି ସମ୍ପର୍କ ରେ ପ୍ରାଣୀ ବିଶେଷଜ୍ଞଙ୍କ ମତ ନିଆଯାଇଥିଲା । ସେ ଏହାକୁ ଏକ ବିରଳ କଞ୍ଜେନିଟାଲ ତ୍ରୁଟି ବୋଲି ଦର୍ଶାଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ସମସ୍ୟା ଥିଲେ ବିକୃତ ଛୁଆ ଜନ୍ମ ନେଇଥାଏ।

Get real time updates directly on you device, subscribe now.