fbpx

ଆଳୁ ପରଠାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଲା ଝଗଡା, ଶେଷରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଉତ୍ତରପ୍ରଦେଶ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ନୂଆ କଥା ନୁହେଁ, ଏପରି ଝଗଡା ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳିଥାଏ । କିନ୍ତୁ ବେଳେବେଳେ ଏପରି ଝଗଡା ହୁଏ, ଯାହା ଆଗକୁ ଯାଇ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆଳୁ ପରଠା ପାଇଁ ଝଗଡା ଲାଗିଥିଲା । ହେଲେ ପରିସ୍ଥିତି ଭୟଙ୍କର ରୂପ ନେବା ପରେ ସ୍ୱାମୀଙ୍କ ଜୀବନ ଚାଲିଯାଇଥିଲା ।

ପ୍ରକୃତରେ ଏହି ଘଟଣାଟି ଉତ୍ତର ପ୍ରଦେଶର ଅଲିଗଡରେ ଘଟିଛି । ମିଡ଼ିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀଙ୍କ ନାମ ଲକ୍ଷ୍ମଣ, ସେ ବୁଲନ୍ଦସହରରେ ରହୁଥିବା ଯୁବତୀଙ୍କ ସହ ୭ବର୍ଷ ପୂର୍ବେ ବିବାହ କରିଥିଲେ । ତେବେ ସେ ତାଙ୍କ ସ୍ତ୍ରୀକୁ ଆଳୁ ପରଠା ଖାଇବାକୁ ମାଗିଥିଲେ ଖାଇବାକୁ । ଏହାପରେ, ଏହି ଆଳୁ ପରଠାକୁ ନେଇ ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ, ସେ ଘର ବାହାରକୁ ଆସି ପାଟିତୁଣ୍ଡ କରିଥିଲେ ।

ଏହାର କିଛି ସମୟପରେ ସ୍ୱାମୀର ଶବ ସିବିଲ ଲାଇନ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ମୃତକଙ୍କ ପରିବାରର ସଦସ୍ୟ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଦ୍ୱାରା ଗିରଫ କରାଇଛନ୍ତି । ଗିରଫର ଅଭିଯୋଗ ହେଉଛି ସ୍ତ୍ରୀ ଜଣକ ତା ଭେଣେଇ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି । ମହିଳା ଜଣକ ତା ଭେଣେଇ ସହ ଶାରୀରିକ ସମ୍ବନ୍ଧ ରଖିବା କଥା ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ଏହି ମାମଲାର ତଦନ୍ତ ଜାରି ରହିଛି । ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ସ୍ୱାମୀ ଜଣକ ସ୍ତ୍ରୀକୁ ପରଠା ଖାଇବାକୁ ମାଗିଥିଲେ । ଏହା ଶୁଣି ସ୍ତ୍ରୀ ରାଗିଯାଇ ଗାଳି କରିବାକୁ ଆରମ୍ଭ କରିଥିଲା । ପାଟିତୁଣ୍ଡ ପାଇଁ ସ୍ୱାମୀ ବାହାରକୁ ପଳାଇଥିଲେ ଏବଂ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.