fbpx

ବୃଦ୍ଧ ଦମ୍ପତ୍ତି ହତ୍ୟା ମାମଲା: ଜେଜେକୁ ହତ୍ୟା କରିଛି ନାତି

ସାଲେପୁର: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ହୋଇଥିବା ବୃଦ୍ଧ ଦମ୍ପତ୍ତିଙ୍କ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଶେଷରେ ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାଶ । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଦମ୍ପତ୍ତିଙ୍କୁ ଆଉ କେହି ନୁହେଁ ବରଂ ନିଜ ନାତି ହତ୍ୟା ଆକ୍ରମଣ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଭଗବାନ ପୁର ଗ୍ରାମରେ ଏକ ବୃଦ୍ଧ ଦମ୍ପତ୍ତିଙ୍କୁ କେହି ଦୁବୃତ୍ତ ହତ୍ୟା ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣଧନ ସମ୍ପତ୍ତି ହୋଇଥିବା ଜଣାପଡିଥିଲା । ଫଳରେ ଘଟଣାସ୍ଥଳରେ ସ୍ୱମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାର ଖବର ପାଇ ନେମାଳ ପୋଲିସ ଘଠଣାସ୍ଥଳରେ ପହଞ୍ଚି ବୃଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରିବା ସହ ନିକସ୍ଥ ମେଡିକାଲରେ ଭତ୍ତି କରିଥିଲେ । ଏଥିସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଯାହାର ଆଜି ପର୍ଦ୍ଦାଫାଶ ହୋଇଛି । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ଏହି ବୃଦ୍ଧ ହମ୍ପତ୍ତିଙ୍କୁ ଆକ୍ରମଣ ଫଛରେ ନାତିର ହାତ ଥିବା ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ପରେ ଲୁଟେରାଙ୍କ ଆକ୍ରମଣର ରୂପ ଦେବାକୁ ଚାହୁଥିଲା ନାବାଳକ ନାତି । କିନ୍ତୁ ପୋଲିସର ଘନ ଘନ ଜେରା ପରେ ଅଭିଯୁକ୍ତ ସତ ମାନିଥିବା ସୂଚନା ମିଳିଛି । ତେବେ ଟଙ୍କା ଏବଂ ସୂନା ହାତେଇବା ନାଁରେ ନାବାଳକ ନାତୀ ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଥିବା ଜଣାପଡିଛି । ଅଭିଯୁକ୍ତ ନାବାଳକ ବୃଦ୍ଧ ଦମ୍ପତ୍ତିଙ୍କ ପୁତୁରା ପୁଅ ହୋଇଥିବା ସୂଚନା ମିଳିଛି । ଏହି ହତ୍ୟା ଘଟଣାରେ ନେମାଳ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଲୁଟ ଟଙ୍କା ମଧ୍ୟ ଜବତ କରିଛି ।

Get real time updates directly on you device, subscribe now.