fbpx

UGC ଲାଗୁ କରିବାକୁ ଯାଉଛି ନୂତନ ନିୟମ! ଅନର୍ସ ଡିଗ୍ରି ପାଇଁ ୩ ବର୍ଷ ନୁହେଁ, ଏବେ ଏତିକି ବର୍ଷ ଦେବାକୁ ପଢ଼ିବ

ନୂଆଦିଲ୍ଲୀ: ଏଣିକି ଶିକ୍ଷାବର୍ଷରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଅନର୍ସ ରଖି ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାରି ବର୍ଷ ପଢ଼ିବାକୁ ପଡିବ । ଏଥିପାଇଁ ୟୁଜିସି ସୋମବାର ଏହା ପରେ ଶୁଣାଣି କରିବ ବୋଲି କୁହାଯାଇଛି ।
ଏହି ନିୟମ ଡ୍ରାଫ୍ଟ , ଜାତୀୟ ଶିକ୍ଷାନୀତି ଉପରେ ପର୍ଯ୍ୟବେଶିତ । ତେବେ ଏଥିରେ ଉଲ୍ଳେଖ ରହିଛି ଯେ ଯେଉଁ ଛାତ୍ରଛାତ୍ରୀ ମାନେ ୧୨୦ କ୍ରେଡିଟ ହାସଲ କରିବେ ସେମାନେ ୩ବର୍ଷରେ ୟୁଜ ସ୍ନାତକ ଡିଗ୍ରି ପାଇବାକୁ ସମର୍ଥ ହେବେ । ସେହିପରି ୧୬୦ କ୍ରେଡିଟ ସମ୍ପୂର୍ଣ୍ଣ କରି ୪ବର୍ଷରେ ସେମାନେ ୟୁଜି ଅନର୍ସ ଡିଗ୍ରି ପାଇ ପାରିବେ ।

ଏହା ସହିତ ଲଥିରେ ଏହା ଉଲ୍ଳେଖ କରାଯାଇଛି ଯଦି ଛାତ୍ରଛାତ୍ରୀ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଏହି ୪ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ ମଧ୍ୟ ସାମିଲ କରି ପାରିବେ ।ଏହାଦ୍ୱାରା ସେମାନେ ରିସର୍ଚ ସ୍ପେସାଲାଇଜ ସହିତ ଅନର୍ସ ଡିଗ୍ରି ମଧ୍ୟ ପାଇ ପାରିବେ ।ତେବେ ଏହାର ସୂଚନା ଉକ୍ତ ଡ୍ରାଫ୍ଟ ରେ ଦିଆଯାଇଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ପ୍ରଫେସର ଡ। ଏମ ଜଗଦୀଶ କୁମାର କହିଛନ୍ତି ଯେ FYUP ଗ୍ରହଣ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ୨୦୨୩-୨୪ ଅଧିବେଶନରୁ ନୂତନ ସ୍କିମ୍ ଅଧୀନରେ ପ୍ରଥମ ଦ୍ୱିତୀୟ ତଥା ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଆଣିବାର ସୁଯୋଗ ଦେଇପାରିବେ ।ଏହା ସଂପୃକ୍ତ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ଦ୍ୱାରା ସ୍ଥିର ହେବ। ଚାରି ବର୍ଷର ପାଠ୍ୟକ୍ରମର ନିୟମାବଳୀକୁ ନେଇ ପ୍ରସ୍ତୁତି ଚାଲିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ କହିଛନ୍ତି ଯେ ଯେଉଁମାନେ ପ୍ରଥମ ଥର ପାଇଁ ଚାରି ବର୍ଷର ପାଠ୍ୟକ୍ରମରେ ଆଡମିଶନ କରନ୍ତି ସେମାନେ କେବଳ ସୁଯୋଗ ପାଇବେ, ଏବଂ ଏହାର ଫଳାଫଳ ଚାରି ବର୍ଷ ପରେ ଉପଲବ୍ଧ ହେବ।

 ସୂଚନାଅନୁସାରେ ପୂର୍ବରୁ ଛାତ୍ରଛାତ୍ରୀ ମାନେ ୩ବର୍ଷ ମଧ୍ୟରେ ଅନର୍ସ ଡିଗ୍ରି ହାସଲ କରି ପାରୁଥିଲେ । ଏହାପରେ ସେମାନେ ଉଚ୍ଚ ଶିକ୍ଷା ପାଇଁ ଉକ୍ତ ଅନର୍ସର ଆଧାରରେ ରିସର୍ଚ ଷ୍ଟଡି କରୁଥିଲେ । ତେବେ ଏହି ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ କରିବା ପାଇଁ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍‌ଟ୍‌’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।

 

Get real time updates directly on you device, subscribe now.