fbpx

ଜନ୍ମ ନେଲା ମାଛ ଭଳି ଦେଖା ଯାଉଥିବା ଶିଶୁ : ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ

ଉତ୍ତରପ୍ରଦେଶ : ବେଳେବେଳେ ଏହି ଦୁନିଆରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି । ଏଠାରେ ଜଣେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାର କି ଶାରୀରିକ ଗଠନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା ।

ସୂଚନା ଅନୁସାରେ, ପିଲିଭିତ ଥାନା ଅନ୍ତର୍ଗତ ଗଜରୋଲା ଅଞ୍ଚଳରେ ଜଣେ ମହିଳା ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଛୁଆକୁ ଦେଖି କେବଳ କର୍ମଚାରୀ ମାନେ ନୁହଁ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଳମ୍ବିତ ରାତିରେ ମହିଳାଙ୍କୁ ପ୍ରସବ ପୀଡା ହେବାରୁ ନିକଟସ୍ଥ ପ୍ରାଥମିକ ସ୍ତାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ପରିବାର ଲୋକ ନେଇ ଆସିଥିଲେ । ସେଠାରେ ସେ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଥିବାର ଖବର ସାମ୍ନାକୁ ଆସିଛି ।

ପିଲାଟିର ଶରୀରର ଗଠନ ଉପରକୁ ଦେଖିବାକୁ ମଣିଷ ଭଳି କିନ୍ତୁ ତଳପଟୁ ଦେଖିବାକୁ ମାଛ ପରି । କିନ୍ତୁ ଦୁଃଖର ବିଷୟ ଏହା ଯେ ଜନ୍ମ ହେବାର ୪ଘଣ୍ଟା ପରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ଶିଶୁକୁ ଦେଖିବା ପାଇଁ ମେଡିକାଲରେ ବହୁ ସଂଖ୍ୟାର ଲୋକେ ଏକାଠି ହୋଇଛନ୍ତି ।

Get real time updates directly on you device, subscribe now.