fbpx

ଇନଷ୍ଟାଗ୍ରାମରେ କଥା ହୋଇ ହୋଟେଲ ଗଲେ, ଶେଷରେ ଏପରି ହେଲା ଘଟଣା

ନୂଆଦିଲ୍ଲୀ: ହରିଆଣା ଗୁରୁଗ୍ରାମର ଏକ ହୋଟେଲରେ ୧୬ବର୍ଷୀୟ ଝିଅଙ୍କ ସହ ରେପ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ସେହି ପୁଅଟି ଝିଅର ମାଆଙ୍କୁ ଅଶ୍ଳିଳ ଫଟୋ ସହ ଭିଡ଼ିଓ ଛାଡ଼ିଥିଲା । ଏହି ଦୁହେଁ ଇନଷ୍ଟାଗ୍ରାମରେ ପରିଚିତ ହୋଇଛନ୍ତି ବୋଲି ସୂଚନା ମିଳିଥିବା ବେଳେ ପୀଡ଼ିତା ସେହି ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି ।

ଯୁବତୀଙ୍କ ମାଆ କହିବା ଅନୁସାରେ, ଗତବର୍ଷ ତାଙ୍କ ଝିଅ ଉତ୍ତରପ୍ରଦେଶର ଏକ ବ୍ୟକ୍ତିଙ୍କ ସହ ଇନଷ୍ଟାଗ୍ରାମରେ ସାଙ୍ଗ ହୋଇଥିଲେ । ଏହାପରେ ବ୍ୟକ୍ତି ଜଣକ ଗୁରୁଗ୍ରାମର ଏକ ହୋଟେଲକୁ ତାଙ୍କ ଝିଅକୁ ଡ଼ାକି ତା ସହ ଦୁଷ୍କର୍ମ କରିଥିଲେ । ଅନ୍ୟପଟେ ପୋଲିସ କହିବା ଅନୁସାରେ, ପୀଡ଼ିତାଙ୍କ ମାଆ ଅଭିଯୋଗ କରି କହିଛନ୍ତି ଯେ, ମଙ୍ଗଳବାର ଦିନ ମୋ ଝିଅର ଏକ ଅଶ୍ଲିଳ ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ସହ ମୋ ପାଖକୁ ମଧ୍ୟ ସେୟାର ହୋଇଥିଲା । ମୁଁ ଏହି ସବୁ ବିଷୟରେ ଝିଅକୁ ପଚାରିବା ପରେ ସେ ଏହି ଘଟଣାର ସଂପୂର୍ଣ୍ଣ କଥା ପ୍ରକାଶ କରିଥିଲେ ।

ଏହିସବୁ ଘଟଣା ପରେ ଯୁବତୀ ଜଣକ ପୋଲିସ ଷ୍ଟେସନରେ ଅଭିଯୁକ୍ତ ରାଜ ଦ୍ୱିବେଦୀଙ୍କ ବିରୋଧରେ POCSO ଅଧିନିୟମ, ଧାରା ୫୦୬ (ଅପରାଧିକ ଧମକ) ଏବଂ ଆଇଟି ଆକ୍ଟର ଧାରା ୬୭A ଅନୁଯାୟୀ ଅଭିଯୁକ୍ତ ରାଜ ଦ୍ୱିବେଦୀଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା। ଏନେଇ ପୋଲିସ ଷ୍ଟେସନର SHO ଇନ୍ସପେକ୍ଟର ପୁଣମ୍ ସିଂ କହିଛନ୍ତି, “ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା ଚଳାଉଛୁ।

Get real time updates directly on you device, subscribe now.