fbpx

ଟ୍ରେନ ବଗିରେ ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଲା ଏହି ଘର

ମାଲକାନାଗିରି : ଟ୍ରେନ ବଗିରେ ଘର କଥା ଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ । ଏହି ଘଟଣାର ପ୍ରକୃତ ଅର୍ଥ ହେଉଛି ଏହା ଏକ ଚିତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି ଏହି ଘର । ଏହାର କାନ୍ଥ ଏପରି ହୋଇଛି ଯାହା ଦେଖିବା ପରେ ଆପଣ ମଧ୍ୟ ଭାବିବେ ଏହା ଏକ ରେଳ ବଗି । ଏହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ପାହାଡ ପାଦ ଦେଶରେ ଥିବା ଏହି ଘରଟି ରେଳ ବଗି ପରି ଆପଣ ହଠାତ ଦେଖିଲେ ଏହାକୁ ଜାଣିପାରିବେ ନାହିଁ । ହଠାତ ଦେଖିଲେ ଭାବିବେ ଏହା କ’ଣ ?

ବିନା ରେଳ ଲାଇନରେ ପାହାଡ ପାଦ ଦେଶରେ କିପରି ଏହି ଟ୍ରେନ ଆସିଲା । ପ୍ରଥମ ଥର ଦେଖିଲେ ଜଣେ ବ୍ୟକ୍ତି ଏହା ଭାବିବ । ଏହି ଘର ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଭଉଁରୀକୁଣ୍ଡ ଗ୍ରାମରେ ଏହି ଗୃହ ଦେଖବାକୁ ପାଇବେ । ଏହାକୁ ନେଇ ଗ୍ରାମ ଲୋକମାନେ ମଧ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ସହ ବୋନସ ଟଙ୍କା ପାଇବା ପାଇଁ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନା କରାଯାଉଛି । ଉଦୁଲିବେଡା ପଞ୍ଚାୟତ ଅନ୍ତର୍ଗତ ଭଉଁରୀକୁଣ୍ଡ ଗ୍ରାମର ଲକ୍ଷ୍ମଣ ହେନ୍ତାଳ ସ୍ତ୍ରୀ ଓ ଝିଅକୁ ନେଇ ମାଟି ଘରେ ରହୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ସେ ଏହି ଘର ନିର୍ମାଣ କରିବା ଆରମ୍ଭ କରିଥିଲେ । ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପାଇଥିଲେ ।

ଏବଂ ଦ୍ୱିତୀୟ କିସ୍ତିରେ ୬୫ ହଜାର ଟଙ୍କା ପାଇଥିଲେ । ଏହି ଘରକୁ ସେ ଗାଁର ପାହାଡ ନିକଟରେ ନିର୍ମାଣ କରିଛନ୍ତି । ଏଥିରେ ୨ଟି କୋଠରୀ ରହିଛି । ସେ ଏହି ଗ୍ରୃହର କାନ୍ଥରେ ଟ୍ରେନ ବଗି ଚିତ୍ର ଅଙ୍କନ କରିଛନ୍ତି । ଯାହାକୁ ଦୂରରୁ ଦେଖିଲା ବେଳେ ଲାଗୁଛି ଏହା ଏକ ଟ୍ରେନ ବଗି । ଆବାସ ଯୋଜନା ମାଧ୍ୟମରେ ଶିଘ୍ର ଘୃହ ନିର୍ମାଣ କରିବା ଦ୍ୱାରା ଅର୍ଥାତ ୪ କିମ୍ବା ୬ ମାସ ଭିତରେ ନିର୍ମାଣ କରିବା ଦ୍ୱାରା ଏହାର ବୋନୋସ ଟଙ୍କା ମଧ୍ୟ ଲୋକମାନଙ୍କୁ ମିଳୁଛି ।

Get real time updates directly on you device, subscribe now.