ରୋଷେଇ ଛାଡି କରୁଥିଲେ REEL, ସ୍ୱାମୀ ପାଟି କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଦେଲା ସ୍ତ୍ରୀ

ରୀଲ ନେଲା ନବବିବାହିତାଙ୍କ ଜୀବନ

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କୁ ରିଲ୍ ନିଶା ଚଢିଛି। ରିଲ୍ ପାଇଁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି ଲୋକେ। ତେବେ ଏହି ରିଲ୍ କରିବା ପାଇଁ ଉତ୍ତରପ୍ରଦେଶରେ ଜଣେ ନବ ବିବାହିତାଙ୍କ ପ୍ରାଣହାନି ଘଟିଛି। ସ୍ୱାମୀ ଗାଳି କରିବାରୁ ସ୍ତ୍ରୀ ଟ୍ରେନ ଲାଇନକୁ ଡେଇଁ ପ୍ରାଣ ହରାଇଛି। ଟ୍ରେନ ଟ୍ରାକରୁ ଏହି ମହିଳାଙ୍କ ଶବ ଉଦ୍ଧାର ହୋଇଛି। ତେବେ କୁହାଯାଉଛି ଯେ, ଏହି ମୃତକଙ୍କ ବିବାହ ୭ ମାସ ତଳେ ହୋଇଥିଲା। ପୋଲିସ ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ନବ ଦମ୍ପତ୍ତି ସାତ ମାସ ତଳେ ବିବାହ କରି ଖୁବ୍ ଖୁସିରେ ଜୀବନ ଅତିବାହିତ କରୁଥିଲେ। କିନ୍ତୁ ଏହି ସୁଖମୟ ବୈବାହିକ ଜୀବନରେ ରୀଲ ଅଭିଶାପରେ ପରିଣତ ହୋଇଛନ୍ତି। ମୃତ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଖୁବ କମ ସମୟ ଦେଉଥିଲେ ଏବଂ ଅଧିକ ସମୟ ରିଲ୍ କରିବାରେ ଦେଉଥିଲେ।

ମୃତ ମହିଳାଙ୍କ ସ୍ୱାମୀ ବୟାନ ଜାରି କରି କହିଛନ୍ତି ଯେ, ସେ ରାତିରେ ନିଜ ଅଣ୍ଡା ଦୋକାନ ବନ୍ଦ କରି ଯେତେବେଳେ ଘରକୁ ଫେରିଥିଲେ, ସେହି ସମୟରେ ପତ୍ନୀ ଜଣକ ରୋଷେଇ ନକରି ରିଲ୍ କରୁଥିଲା। ସେହି ସମୟରେ ସ୍ୱାମୀ ତାଙ୍କୁ ରିଲ୍ କରିବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାପରେ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ଖାଇବାକୁ ଦେବାପରେ, ସାଙ୍ଗ ହୋଇ ଶୋଇଥିଲେ। ଏହି ସମୟରେ ସ୍ତ୍ରୀ ଜଣକ ରାତିରେ ଉଠି ଘରୁ ପଳାୟନ କରିଥିଲା।