fbpx

ବିମାନରେ ପୁଣି ପରିସ୍ରା କାଣ୍ଡ, ସଫା କଲେ ଏୟାର ହଷ୍ଟେଜ, ସୋସିଆଲ ମିଡିଆରେ ଫଟୋକୁ ନେଇ ଚର୍ଚ୍ଚା

Advertisement

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନର ଗୁହ୍ୱାଟୀରେ ଦିଲ୍ଲୀକୁ ଆସୁଥିବା ବିମାନରେ ପୁଣି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଥର ବିମାନରେ ଜଣେ ଯାତ୍ରୀ ଏତେ ପରିମାଣରେ ମଦ ପିଇଥିଲେ ଯେ, ସେ ଚଟାଣରେ ବାନ୍ତି କରି ଟଏଲେଟ ଯିବା ବାଟରେ ପରିଶ୍ରା କରିଦେଲେ । ଏହାପରେ ଏୟାର ହଷ୍ଟେଜ ସେହି ଯାତ୍ରୀଙ୍କୁ ସମ୍ଭାଳିଥିଲେ ଏବଂ ଚଟଣାକୁ ସଫା ମଧ୍ୟ କରିଥିଲେ ।

ଇଣ୍ଡିଗୋ ଏୟାର ଲାଇନ୍ସ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯେଉଁଥିରେ ଏୟାର ହଷ୍ଟେଜଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଏହି ଘଟଣାଟି ୨୬ ମାର୍ଚ୍ଚରେ ଘଟିଥିଲା । ଗୁହ୍ୱାଟୀରୁ ଦିଲ୍ଲୀକୁ ଆସୁଥିବା ୬ଇ-୭୬୨ ବିମାନର ଏକ ଯାତ୍ରୀ ଏତେ ପରିମାଣରେ ମଦ ପିଇଥିଲେ ଯେ, ଯାହାଦ୍ୱାରା ଏପରି ଘଟଣା ଘଟିଥିଲା ।

ଯାତ୍ରୀ ଜଣକ ବିମାନରେ ଯାତ୍ରା କରୁଥିବା ସମୟରେ ଟଏଲେଟ ଯିବା ପାଇଁ ଉଠିଥିଲେ ହେଲେ ଯାତ୍ରୀଙ୍କୁ ମଦ ନିଶା ଏତେ ପରିମାଣରେ ଘାରି ଥିଲା ଯେ, ସେ ଠିକରେ ଚାଲିବାକୁ ଅସମର୍ଥ ହୋଇଥିଲେ । ଟଏଲେଟ ଯିବା ସମୟରେ ବିମାନର ଚଟାଣରେ ସେ ବାନ୍ତି କରିଥିଲେ ଏବଂ ପରିଶ୍ରା ମଧ୍ୟ କରିଥିଲେ । ଯାହା ଫଳରେ ଏୟାର ହଷ୍ଟେଜଙ୍କୁ ସେହି ଚଟାଣ ପୋଛିବାକୁ ପଡିଥିଲା । ତେବେ ଏହି ଦୃଶ୍ୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି କ୍ୟାପସନରେ ଲେଖାଯାଇଛି ଯେ, ମହିଳା ଶକ୍ତିକୁ ସାଲାମ । ଏହି ମାମଲାରେ ଇଣ୍ଡିଗୋ ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ ।

Indiatimes

Get real time updates directly on you device, subscribe now.