fbpx

କରୋନା ଭୟରେ ମେଡିକାଲରେ କଲେ ଆତ୍ମହତ୍ୟା, କିନ୍ତୁ ରିପୋର୍ଟ ଆସିଲା ନେଗେଟିଭ୍

କରୋନା ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହିସମୟରେ ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଛି ।

ଖବର ମୁତାବକ, ଆରିୟାଲୁରରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ସରକାରୀ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ୬୦ ବର୍ଷୀୟ ବ୍ୟକ୍ତି ଜଣକ କେରଳରୁ ଫେରିଥିବା ବେଳେ କରୋନାକୁ ନେଇ ସେ ଖୁବ୍ ଡରିଯାଇଥିଲେ । କେରଳରୁ ଫେରିବା ପରେ ସେ ଜ୍ୱର ଓ କାଶର ଲକ୍ଷଣ ଦେଖିବା ଆରମ୍ଭ କରିଥିଲେ । ଏପ୍ରିଲ ୭ରେ ବ୍ୟକ୍ତି ଜଣକର ବ୍ୟକ୍ତିଙ୍କର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ନମୁନାର ରିପୋର୍ଟ ଆସିବା ଭିତରେ ବ୍ୟକ୍ତିଜଣକ ବହୁ ଚିନ୍ତାରେ ଥିଲେ, ଫଳରେ ମେଡିକାଲରେ ହିଁ ସେ ଆତ୍ମହତ୍ୟା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର ଘଟଣା ଯେ, ବ୍ୟକ୍ତିଙ୍କର ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.