fbpx
BJD SKY
BJD SKY

ପକ୍ଷୀଙ୍କ ସହ ହଜାର ହଜାର ଫୁଟ ଉଚ୍ଚରେ ଉଡିଲେ ଯୁବକ: ଦେଖନ୍ତୁ ଭିଡିଓ

BJD

ସୋସିଆଲ ମିଡିଆରୁ ପୁଣି ଆସିଛି ଏକ ରୋମାଞ୍ଚକର ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ପକ୍ଷୀ ସହିତ ଉଡିବା ପାଇଁ ଚାଲେଞ୍ଜ ଦେଉଥିବାର ଦେଖିବାକୁ ମିଳୁଛି । ହଜାର ହଜାର ଫୁଟ ଉଚ୍ଚରେ ପକ୍ଷୀକୁ ଉଡିବାର ଶକ୍ତି ମିଳିଥିବା ବେଳେ ଆଜି ମଣିଷ ମଧ୍ୟ ପ୍ରକୃତିରୁ ବାହାରି ନିଜ ଚେଷ୍ଟା ବଳରେ ପକ୍ଷୀକୁ ଚାଲେଞ୍ଜ ଦେଇ ପାରିଛି । ଏମିତି ଏକ ଅଦ୍ଭୁତ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଗୋଟିଏ ପକ୍ଷୀ ଆକାଶରେ ଉଡୁଥିବାର ଏହି ଭିଡିଓକୁ ଦେଖନ୍ତୁ, ତା ସହିତ ଦେଖନ୍ତୁ ଜଣେ ବ୍ୟକ୍ତି ମଧ୍ୟ ପାରାଚ୍ୟୁ ଜରିଆରେ ପକ୍ଷୀ ସହିତ ତାଳ ମେଳାଇ ଉଡିବାରେ ଲାଗିଛନ୍ତି । ତଳେ ନଦୀ, ନାଳ, ଜଙ୍ଗଲର ଅପୂର୍ବ ଦୃଶ୍ୟ ମଧ୍ୟ ଆକାଶରୁ ସ୍ପଷ୍ଟ ଦେଖାଯାଉଛି । ଏହି ଅପୂର୍ବ ଭିଡିଓ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଚକିତ କରି ଦେଇଛି । ଦି ଗ୍ରେଟ ପ୍ଲାନେଟ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଛି । ତେବେ ଏହି ଭିଡିଓ ବ୍ରାଜିଲର ବୋଲି ଜଣାପଡିଛି ।

 

View this post on Instagram

 

A post shared by The Great Planet (@thegreatplanet)

ଉଡିବା ସମୟରେ ପକ୍ଷୀଟି ତାଙ୍କ ପାରାଚ୍ୟୁଟ ଉପରେ ମଧ୍ୟ ଆସି ବସିଯାଉଛି । ତେବେ ଏହି ପକ୍ଷୀଟି ପାରାଚ୍ୟୁଟ ଗ୍ଲଇଡିଙ୍ଗ କରୁଥିବା ବ୍ୟକ୍ତିଙ୍କ ପୋଷା ଚଢେଇ ବୋଲି ଏଥିରୁ ଅନୁମାନ କରାଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ହଜାର ହଜାର ଲୋକ ଏହାକୁ ଦେଖୁଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । କିି ୟୁଜର ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.