fbpx

‘ପ୍ରୟାସ’ ତରଫରୁ ଆୟୋଜିତ ହେବ ରଜ ମହୋତ୍ସବ: ଜମିବ ନୃତ୍ୟ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୩ ବର୍ଷର ସଫଳତା ପରେ ଚଳିତ ବର୍ଷ ଠିକ୍ ସମାନ୍ ଢଙ୍ଗରେ ଆୟୋଜିତ ହେବାକୁ ଯାଉଛି “ପ୍ରୟାସ ରଜ ମହୋତ୍ସବ” । ଜୁନ୍ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ଦିନ ବ୍ୟାପି ଏହି ରଜ ମହୋତ୍ସବ ପାଳନ କରାଯିବ । ଏନେଇ ସୋମବାର ‘ପ୍ରୟାସ’ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆର ଆମ୍ପି ଥିଏଟରରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଆକର୍ଷିତ କରିବା ପାଇଁ ରାଜ୍ୟର ସମସ୍ତ ବର୍ଗର ପ୍ରତିଯୋଗୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, ଆଙ୍କରିଂ, କମେଡି ସହିତ ପୁଚି, ରୁମାଲ ଚୋରୀ, ମ୍ୟୁଜିକ୍ ଚେୟାର, ଅନ୍ଧପୁଟଳୀ, ଫ୍ୟାସନ ସୋ, ଇତ୍ୟାଦି ପରିବେଷଣ କରାଯିବ । ଶେଷରେ କୃତୀପ୍ରତିଯୋଗୀଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ତିନୋଟି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ରଜକୁଇନ୍ ଟ୍ରଫି ପ୍ରଦାନ କରାଯିବ ।

ଏହି ସାଂସ୍କୃତିକ ମହୋତ୍ସବରେ ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ନିମିତ୍ତ ଜନସାଧାରଣଙ୍କ ସହଭାଗୀ ସହଯୋଗୀତା ପାଇଁ ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି, କୌସ୍ତୁଭ ଦାସ, କମଳ ମହାନ୍ତି, ମହାମାୟୀ ତେଜାନୀ, ସୋନାଲୀ ପ୍ରିୟଦର୍ଶିନୀ, ବିିନ୍ ସାହୁ, ଜସ୍ମିନ୍ ମହାନ୍ତି, ସୁରେଶ ପତ୍ରୀ ଓ ଉମାକାନ୍ତ ତାଣ୍ଡି ପ୍ରମୁଖ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.