fbpx

ପାଣିରେ କୁମ୍ଭୀରକୁ ସାଙ୍ଗ ଭାବି ଖେଳୁଥିଲେ ଏହି ବ୍ୟକ୍ତି: ଭିଡିଓ ଦେଖି ଲୋକେ ଦିୱାନା

ଓଡିଶା ଭାସ୍କର: କୁମ୍ଭୀର ନାଁ ଶୁଣିଲେ ମନରେ ଏକ ବିକଟାଳ ରୂପ ସାଙ୍ଗକୁ କିଛି ଭୟଙ୍କର ଚିତ୍ର ସାମନାକୁ ଆସେ । ଯାହା କଳ୍ପନା କଲେ ବି ଭୟରେ ଲୋମ ଟାଙ୍କୁରି ଉଠେ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଏହାକୁ ପୋଷା ମନେଇ ଘରେ ପାଳିବା ପାଇଁ । ହୁଏତ ଆପଣ କହିବେ ଲୋକଟା ପାଗଳ ହୋଇଗଲାଣି, ସେତିପାଇଁ ନରଭକ୍ଷୀ କୁମ୍ଭୀରକୁ ପୋଷା ଭାବେ ଘରେ ରଖିବା ପାଇଁ ଚିନ୍ତା କରୁଛି । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯି କୁମ୍ଭୀରକୁ ନିଜ କଥାରେ ଉଠବସ କରାଇପାରୁଛନ୍ତି । ସେ ବି କୁମ୍ଭୀରର ଏରିଆ ମାନେ ପାଣି ଭିତରେ ।

ସୋସିଆଲ ମିହିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ନଦୀରେ ଡଙ୍ଗାରେ ବସିଥିବାର ଦେଖାଯାଉଛି । କିଛି ସମୟ ପରେ ସେ ଏକ କୁମ୍ଭୀରକୁ ପାଖକୁ ଡାକିଛନ୍ତି ଏବଂ କୁମ୍ଭୀର ମଧ୍ୟ ଆଜ୍ଞାକାରୀ ଭାବେ ତାଙ୍କ ପାଖକୁ ଆସି ପହଞ୍ଚିଛି । ଏହା ପରେ ଯାହା ଘଟିଛି ତାହା ସାରା ଦୁନିଆକୁ ସାଧାରଣତଃ ଡରାଇ ଦେଇଥାଏ । କୁମ୍ଭୀର ଖାଇବା ପାଇଁ ତାର ବିଶାଳକାୟ ପାଟିକୁ ଖୋଲି ଦେଇଛି । ହୁଏତ କମଜୋର ହୃଦୟ ଥିବା ଏହି ଦୃଶ୍ୟକୁ ସମ୍ଭାଳି ନ ପାରନ୍ତି । କିନ୍ତୁ ଏହି ବ୍ୟକ୍ତି ଖୁବ ସାହସୀ ଥିଲେ । ତେଣୁ ଖୁବ ନିକଟରୁ ସେ କୁମ୍ଭୀରକୁ ଖାଦ୍ୟ ଖୁଆଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।

କୁମ୍ଭୀରର କାର୍ଯ୍ୟକଳାପ ଦେଖି ଜଣାପଡୁଛି ଯେମିତି ଏହି ବ୍ୟକ୍ତି ଜଣକ କୁମ୍ଭୀରକୁ ପୋଷା ମନେଇ ନେଇଛନ୍ତି । କୁମ୍ଭୀରର ଦୁଇ ଆଗ ଗୋଡକୁ ନିଜ ଗୋଡରେ ଅଟକାଇ ଦେଇଥିଲେ ଏହି ଯୁବକ । କୁମ୍ଭୀର ମଧ୍ୟ ତାଙ୍କ ଗୋଡରେ ଝୁଲି ଝୁଲି ସେ ଦେଉଥିବା ଖାଦ୍ୟକୁ ଖୁବ ଆନନ୍ଦର ସହ ଖାଇଛି । ଏହାପରେ କୁମ୍ଭୀର ପାଣିରେ ପହଁରି ପହଁରି ଆଗକୁ ଚାଲିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ‘The Figgen’ ନାମକ ଜଣେ ୟୁଜର ସୋସିଆଲ ମିଡିଆ ଟ୍ୱିଟରରେ ଅପଲୋଡ କରିଛନ୍ତି । ଭିଡିଓର କ୍ୟାପ୍ସନରେ ଏହା କି ପ୍ରକାର ପୋଷା ପ୍ରାଣୀ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଇଣ୍ଟରନେଟରେ ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଭାଇରାଲ ହେବା ଆରମ୍ଭ ହୋଇଯାଇଛି । ୪.୭ ମିଲିୟନରୁ ଅଧିକ ଥର ଏହି ଭିହିଓ ଦେଖା ସରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ କିଛି ଲୋକ ଏହାକୁ ଆଶ୍ଚର୍ଯ୍ୟକର ବୋଲି କହି କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.